୮୦ବର୍ଷିୟା ଆମ୍ମା ହେଲେ ଅନ୍ତର୍ଜାତୀୟ ଷ୍ଟାର୍‌

ଯୋଦ୍ଧାଇୟା ବାଇ ବୈଗା। ବୟସ ୮୦। ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଉମରିଆ ଜିଲାର ଏକ ଛୋଟ ଗ୍ରାମ ଲୋଢାରେ ରୁହନ୍ତି ସେ। ପାଠ ଆଦୌ ପଢି ନ ଥିଲେ ମଧ୍ୟ ନିଜ ଅଦ୍ଭୁତ କଳା ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଷ୍ଟାର୍‌ ପାଲଟିଯାଇଛନ୍ତି। ଯୋଦ୍ଧାଇୟା ବାଇ ଖୁବ୍‌ ଭଲ ଚିତ୍ର ଆଙ୍କନ୍ତି। ଇଟଲୀର ମିଲାନ ସହରରେ ଆୟୋଜିତ ଚିତ୍ର ପ୍ରଦର୍ଶନୀରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର ସ୍ଥାନ ପାଇଛି। ପାଖାପାଖି ୪୦ ବର୍ଷ ହେବ ଯୋଦ୍ଧାଇୟା ବାଇ ଚିତ୍ର ଆଙ୍କୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ସେ ସାଧା କାଗଜରେ ତାଙ୍କ ଚିତ୍ର ଆଙ୍କୁ ଆଙ୍କୁ ତାହା ଅଭ୍ୟାସରେ ପରିଣତ ହୋଇଯାଇଥିଲା। ତା’ପରଠୁ ଚିତ୍ର ଆଙ୍କିବା ଯେପରି ନିଶା ପାଲଟିଗଲା। ଏହାକୁ ସେ ଏକ ପେଶା ଭାବେ ଗ୍ରହଣ କରିନେଲେ। ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ଚିତ୍ର ସ୍ଥାନ ପାଇବା ପରେ ଖୁସିରେ ଆତ୍ମହରା ହୋଇପଡିଛନ୍ତି ଯୋଦ୍ଧାଇୟା ବାଇ।

Share