Categories: ବାଣିଜ୍ୟ

୮ରେ ଶ୍ରମିକ ସଂଗଠନଗୁଡିକର ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ,୪-୧: କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକ ଚଳିତ ମାସ ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବେତନ ଏବଂ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି। ବିଭିନ୍ନ ଦାବି ଉପରେ ସରକାର କୌଣସି ସମାଧାନ ପନ୍ଥା ବାହାର କରିନାହାନ୍ତି। ଏଣୁ ଏହା ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରାଯିବ ବୋଲି ଅଲ୍‌ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ (ଏଆଇଟିୟୁସି)ର ସମ୍ପାଦକ ସୁକୁମାର ଡାଲ୍‌ମେ କହିଛନ୍ତି। ଉଚ୍ଚ ସର୍ବନିମ୍ନ ବେତନ, ଏକପାଖିଆ ଶ୍ରମ ସଂସ୍କାର, ଅସଙ୍ଗଠିତ କ୍ଷେତ୍ର ଲାଗି ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଏବଂ ଶ୍ରମଶକ୍ତିର ଠିକାକରଣ ଭଳି ଅନ୍ୟ ପ୍ରସ୍ତାବକୁ ସଂଘ ପକ୍ଷରୁ ବିରୋଧ କରାଯାଇଛି। ସେହିଭଳି ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ୍‌)ଆସନ୍ତା ଶୁକ୍ରବାର ଅନ୍ୟ ଏକ ଧର୍ମଘଟ କରିବ ବୋଲି ସୂଚନା ରହିଛି।

Share