୮ବର୍ଷ ପରେ ମାଟିତଳୁ ମହିଳାଙ୍କ ଦେହାବଶେଷ ମିଳିବା ଘଟଣା : ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ସମ୍ବଲପୁର ଜିଲା ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କ ମୃତ୍ୟୁ ରହସ୍ୟ ୮ବର୍ଷ ପରେ ଝିଅ ବିଜୟିନୀଙ୍କ ଯୋଗୁ ପଦାକୁ ଆସିଛି। ହତ୍ୟା ପରେ ଜୟଶ୍ରୀଙ୍କୁ ପୋତି ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କ ଦେହାବଶେଷ ଉଦ୍ଧାର କରାଯାଇ ହତ୍ୟା ଅଭିଯୁକ୍ତ ସମ୍ପର୍କୀୟ ଭିଣୋଇ ବସନ୍ତ ପଣ୍ଡାକୁ ପୋଲିସ ଗିରଫ କରିଛି। ଏହି ଘଟଣାକୁ ନେଇ ସୋମବାର ବିଜୟିନୀ ଡିଜିପି ଡା. ଆର୍‌.ପି. ଶର୍ମାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାମ୍ପ୍‌ ଅଫିସରେ ଭେଟିଛନ୍ତି। ଅଭିଯୁକ୍ତଙ୍କୁ କିଭଳି କୋର୍ଟରୁ କଠିନ ସଜା ମିଳିବ ସେଥିଲାଗି ପୋଲିସ ଦୃଢ଼ ପ୍ରମାଣ ଯୋଗାଡ କରିବା ସହ ତଦନ୍ତରେ ଅବହେଳା କରିଥିବା ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିବେଦନ କରିଛନ୍ତି। ଏଥିସହ ଡିଜିପିଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ ବିଜୟିନୀ ଧନ୍ୟବାଦ ଜଣାଇଛନ୍ତି। ପୋଲିସ ପକ୍ଷରୁ ସବୁକିଛି ପ୍ରମାଣ ଯୋଗାଡ଼ ପାଇଁ ପୂରା ଚେଷ୍ଟା କରାଯିବ ବୋଲି ଡିଜିପି ଶର୍ମା ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପକ୍ଷରେ ବିଜୟିନୀ ପୋଲିସ ଅଫିସରମାନଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଗ୍ରାଉଣ୍ଡ୍‌ ଜିରୋରେ ପୋଲିସର ବ୍ୟବହାର କଦର୍ଯ୍ୟ ରହୁଛି। ଥାନାକୁ ଗଲେ ପୋଲିସ ଅଭିଯୋଗକୁ ଗୁରୁତ୍ୱର ସହ ନେଉନି। ଅନେକଙ୍କୁ ମଧ୍ୟ ଥାନାରୁ ଫେରାଇ ଦେଉଛି। ଯାହା ତାଙ୍କ ମା’ଙ୍କର ହେଲା, ତାହା ଯେଭଳି ଅନ୍ୟମାନଙ୍କ କ୍ଷେତ୍ରରେ ନ ଘଟୁ। ଉତ୍ତମ ବ୍ୟବହାର ସହ ଅଭିଯୋଗକୁ ଗୁରୁତ୍ୱ ଦେବା ପାଇଁ ଡିଜିପି ସମସ୍ତ ଏସ୍‌ପି ଓ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜୟିନୀ ଗଣମାଧ୍ୟମଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମାଟିତଳୁ ମିଳିଥିବା ଦେହାବଶେଷର ଫରେନସିକ୍‌ ଟେଷ୍ଟ ରିପୋର୍ଟ ଆସିବା ପରେ ପୋଲିସର ପଦକ୍ଷେପ କ’ଣ ରହିବ ଓ ଡିଏନ୍‌ଏ ଟେଷ୍ଟ ଉପରେ ମଧ୍ୟ ଡିଜିପିଙ୍କ ସହ ଆଲୋଚନା ହୋଇଛି। ଏପରିକି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପ୍ରମାଣ ଯୋଗାଡ଼ କରିବା ଓ କୋର୍ଟ ଅଭିଯୁ୍‌କ୍ତଙ୍କୁ ଉଚିତ ଦଣ୍ଡ ଦେବେ ବୋଲି ଭରସା ରହିଥିବା ବିଜୟିନୀ କହିଛନ୍ତି।
ସୂଚନା ଅନୁଯାୟୀ, ଜୟଶ୍ରୀ ବଡ଼ ଝିଅର ବାହାଘର ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିବାବେଳେ ଧାର ଟଙ୍କାକୁ ନେଇ ଭିଣୋଇ ବସନ୍ତ ପଣ୍ଡାଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଗିଯାଇ ବସନ୍ତ ତାଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ଏହାପରେ ଚୈତନ୍ୟ ନାମକ ଜଣେ ବ୍ୟକ୍ତିଙ୍କ ସହଯୋଗରେ ଏକ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ। ଏନେଇ ଥାନାରେ ଝିଅ ବିଜୟିନୀ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ଷ୍ଟେଶନ ଡାଏରି କରି ଚୁପ୍‌ ବସିଥିଲା। ହତ୍ୟା କରିବା ପରେ ଅଭିଯୁକ୍ତ ହରିଦ୍ୱାର ଚାଲିଯାଇଥିଲେ। କିଛିବର୍ଷ ପରେ ଫେରି ଆସି ଯୁଯୁମୁରାରେ ଲୁଚି ରହିଥିଲେ। ଶେଷରେ ବିଜୟିନୀ ମା’ଙ୍କ ହତ୍ୟା ରହସ୍ୟ ଖୋଲିବା ପାଇଁ ପୋଲିସ ମୁଖ୍ୟାଳୟକୁ ସୂଚନା ଅଧିକାରୀ ବଳରେ ତଥ୍ୟ ମାଗିଥିଲେ। ଏହାପରେ ପୋଲିସ ତପତ୍ରତା ଦେଖାଇ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri