୮ଦଫା ନେଇ ଦାବିପତ୍ର ଦେଲେ

କେନ୍ଦୁଝର, ୧୯ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଭାରତୀୟ ଜନତା ପାର୍ଟି ତରଫରୁ ୮ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମଙ୍ଗଳବାର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଭାଜପା ଏହି ଦାବିପତ୍ର ପ୍ରଦାନ କରିଛି। ଦାବି ଗୁଡିକ ମଧ୍ୟରେ ଅନ୍ୟ ରାଜ୍ୟମାନଙ୍କରୁ କେନ୍ଦୁଝର ଜିଲାକୁ ଆସୁଥିବା ପ୍ରବାସୀ ଓଡିଆମାନଙ୍କ ପାଇଁ ଖାଦ୍ୟ, ଔଷଧ, ପାନୀୟ ଜଳ ଏବଂ ରହିବାର ସୁବନ୍ଦୋବସ୍ତ କରିବା, ଜିଲାକୁ ଆସିବାକୁ ଥିବା ପ୍ରବାସୀ ଓଡିଆମାନଙ୍କର ଆସିବାରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି ଆବଶ୍ୟକୀୟ ପଦକ୍ଷେପ ନେବା, ଜିଲାରେ କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟର ଗୁଡ଼ିକରେ ପୂର୍ବରୁ ରହିଥିବା ବ୍ୟକ୍ତିବିଶେଷ ଏବଂ ଏବେ ଆସୁଥିବା ପ୍ରବାସୀ ଓଡିଆମାନଙ୍କୁ ଏକତ୍ର ରଖାଗଲେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପୂର୍ବରୁ ଥିବା ଲୋକ ଏବଂ ବର୍ତ୍ତମାନ ଫେରୁଥିବା ପ୍ରବାସୀଙ୍କୁ ପୃଥକ୍‌ ପୃଥକ୍‌ ରହିବା ବ୍ୟବସ୍ଥା କରିବା ଆଦି ଅନ୍ତର୍ଭୁକ୍ତ। ଉପରୋକ୍ତ ଦାବି ଗୁଡ଼ିକୁ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ କେନ୍ଦୁଝର ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଜରିଆରେ ଜିଲାପାଳଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।