Categories: ଫୁରସତ

୭ ବର୍ଷ ବାଳକଙ୍କ ପେଣ୍ଟିଂର ଦାମ୍‌ ୮ ଲକ୍ଷ

ବର୍ଲିନ: ଜର୍ମାନୀର ଜଣେ ୭ ବର୍ଷର ବାଳକ କରିଥିବା ପେଣ୍ଟିଂ ୮ ଲକ୍ଷରେ ବିକ୍ରି ହୋଇଛି। ଏହାକୁ କିଣିବା ପାଇଁ ସମଗ୍ର ବିଶ୍ୱରୁ ଲୋକେ ବର୍ଲିନ୍‌ରେ ପହଞ୍ଚିଥିଲେ। ୨୦୧୨ରେ ଜନ୍ମ ନେଇଥିବା ମିଖାଇଲ୍‌ ଅକର ୪ ବର୍ଷ ବୟସରୁ ପେଣ୍ଟିଂ ଆରମ୍ଭ କରିଛନ୍ତି। ତାଙ୍କର ଏହି ନିଖୁଣ କାମ ପାଇଁ ସେ ଅନ୍ତଃରାଷ୍ଟ୍ରୀୟ କଳା ଜଗତରେ ଚର୍ଚ୍ଚାରେ ରହିଛନ୍ତି। ମିଖାଇଲ୍‌ ଯେତେବେଳେ ଛୋଟ ଥିଲେ ତାଙ୍କ ପିତା କେରମ୍‌ ଅକର ପୁଅର ଟ୍ୟାଲେଣ୍ଟକୁ ଜାଣି ପାରିଥିଲେ। ଫଳରେ ସେ ମିଖାଇଲଙ୍କ ୪ର୍ଥ ଜନ୍ମଦିବସରେ ଏକ କାନ୍‌ଭାସ ଏବଂ ପେଣ୍ଟ୍‌ ବକ୍ସ ଗିଫ୍ଟ ଦେଇଥିଲେ। ଏହା ପରେ ମିଖାଇଲଙ୍କ ପେଣ୍ଟିଂ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମ ପେଣ୍ଟିଂ ତାଙ୍କର ବହୁତ ଭଲ ଥିଲା। ସେ ବର୍ତ୍ତମାନ ଷ୍ଟାର ଫୁଟ୍‌ବଲ ଖେଳାଳି ମାନୁଏଲ ନଏରଙ୍କ ପେଣ୍ଟିଂ କରିଛନ୍ତି। ଯାହାର ଦାମ୍‌ ୮ ଲକ୍ଷ ଟଙ୍କା। ଗତବର୍ଷ ମିଖାଇଲ୍‌ଙ୍କ ପେଣ୍ଟିଂ ବର୍ଲିନ୍‌ର ଏକ ବେସରକାରୀ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା। ସେଠାକୁ ଆସିଥିବା ଦର୍ଶକମାନେ ପେଣ୍ଟିଂ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମିଖାଇଲ ପିତାଙ୍କର ଏକ ଏଜେନ୍ସି ରହିଛି। ଏଥିରେ ସେ ମ୍ୟାନେଜର ଅଛନ୍ତି। ମିଖାଇଲଙ୍କର ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ ବି ରହିଛି। ଯେଉଁଥିରେ ୪୭ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି।

Share