୭୭ତମ ଅଗଷ୍ଟ କ୍ରାନ୍ତି ଦିବସ ଏବଂ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ:ମୁକ୍ତି ସଂଗ୍ରାମରେ ଓଡ଼ିଶାର ବଳିଷ୍ଠ ଭୂମିକା ଥିଲା

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ମୁକ୍ତି ସଂଗ୍ରାମରେ ଓଡ଼ିଶାର ଭୂମିକା ଯଥେଷ୍ଟ ଥିଲା। ଓଡ଼ିଶାର ବରପୁତ୍ରମାନେ ନିଜ ତ୍ୟାଗ ଓ ବଳିଦାନ ପାଇଁ ଚିରକାଳ ମନେରହିବେ। ସେହି ମହାନ ବରପୁତ୍ରମାନଙ୍କ ଜୀବନକୁ ଅନୁଶୀଳନ କରି ବର୍ତ୍ତମାନର ପିଢ଼ି ନିଜର ଚେତାନକୁ ଜାଗ୍ରତ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୭୭ତମ ଅଗଷ୍ଟ କ୍ରାନ୍ତି ଦିବସ ଏବଂ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ଅଭିଲେଖାଗାର ପରିସରରେ ଆୟୋଜିତ ଉସତ୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ସ୍ବାଧୀନତା ସଂଗ୍ରାମୀଙ୍କ ଅସୀମ ଦେଶଭକ୍ତି ଓ ବଳିଦାନକୁ ସ୍ମରଣ କରିଥିଲେ। କ୍ରାନ୍ତିର ଅର୍ଥ ରକ୍ତପାତ ନୁହେଁ। ଏହାର ଅର୍ଥ ପରିବର୍ତ୍ତନ। ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଜୀବନରେ କ୍ରାନ୍ତି ଆଣିଥିଲେ। ସେହିପରି ଛତ୍ରପତି ଶିବାଜୀଙ୍କ ଜୀବନରେ ତାଙ୍କ ଗୁରୁ ସ୍ବାମୀ ରାମଦାସ ନିଜର ଶିକ୍ଷା ଦ୍ୱାରା କ୍ରାନ୍ତି ଜାଗ୍ରତ କରାଇଥିଲେ। ବିଂଶ ଶତାବ୍ଦୀରେ ମହାମତ୍ା ଗାନ୍ଧୀ ସତ୍ୟାଗ୍ରହ ଓ ଅହିଂସା ମାର୍ଗ ଜରିଆରେ ଭାରତମାତାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାକୁ ଦେଶବାସୀଙ୍କ ମଧ୍ୟରେ କ୍ରାନ୍ତିର ଚେତନା ଜାଗ୍ରତ କରାଇଥିଲେ। ଗାନ୍ଧିଜୀଙ୍କ ନେତୃତ୍ୱରେ ୧୯୪୨ ଅଗଷ୍ଟ ୯ ତାରିଖରେ ଆରମ୍ଭ ହୋଇଥିବା ‘ଭାରତ ଛାଡ଼ ଆନ୍ଦୋଳନ’ ଭାରତର ମୁକ୍ତି ସଂଗ୍ରାମରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ।
ଉସତ୍ବରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ କହିଥିଲେ, ଓଡ଼ିଶା ଗସ୍ତ ସମୟରେ ଗାନ୍ଧିଜୀ ଏଠାକାର ଦାରିଦ୍ର୍ୟକୁ ଦେଖି ବିଚଳିତ ହୋଇଥିଲେ। ଗରିବ ଓ ଅବହେଳିତଙ୍କୁ ସାହାଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଗାନ୍ଧିଜୀ ଗସ୍ତ କରିଥିବା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏକ ସର୍କିଟ୍‌ରେ ପରିଣତ କରି ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିବା ମନ୍ତ୍ରୀ କହିଥିଲେ। ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଭାରତ ଛାଡ଼ ଆନ୍ଦୋଳନର ଇତିହାସ ସମ୍ପର୍କରେ ଆଲୋକପାତ କରି ଏହି ଆନ୍ଦୋଳନରୁ ବ୍ରିଟିଶ୍‌ ସାମାଜ୍ର୍ୟବାଦ ବିଲୋପର ବୀଜ ସ୍ଥାପିତ ହୋଇଥିଲା ବୋଲି କହିଥିଲେ। ଓଡ଼ିଶା ଡାକ ସର୍କଲର ମହାଡାକପାଳ ସନ୍ତୋଷ କୁମାର କାମିଲା କାର୍ଯ୍ୟକ୍ରମରେ ଯୋଗଦେଇ ଡାକ ବିଭାଗ ପକ୍ଷରୁ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଏବଂ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତକୁ ନେଇ ଡାକଟିକେଟ ଓ ଫଟୋ ପ୍ରଦର୍ଶନୀ ଆୟୋଜନ କରୁଥିବା କହିଥିଲେ। ଏହି ଅବସରରେ ରାଜ୍ୟପାଳ ୩ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ତଥା ଭଦ୍ରକ ଜିଲାର ରାମହରି ଗୋସ୍ବାମୀ ଓ ଶ୍ୟାମସୁନ୍ଦର ବେହେରା ଏବଂ ସମ୍ବଲପୁର ଜିଲାର ଦେବାନନ୍ଦ ଗୁପ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡାକ ବିଭାଗ ପକ୍ଷରୁ ପ୍ରକାଶିତ ସ୍ବତନ୍ତ୍ର ଲଫାପା ଉନ୍ମୋଚନ କରିବା ସହ ରାଜ୍ୟ ଅଭିଲେଖାଗାରର ସୋସିଆଲ ମିଡ଼ିଆ ଦୃଶ୍ୟ ଶ୍ରାବ୍ୟ ଅଭିଲେଖାକୁ ଲୋକାପର୍ଣ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ଏବଂ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ମଞ୍ଚାସୀନ ଥିଲେ। ଗାନ୍ଧିଜୀ, ଓଡ଼ିଶା ଓ ଭାରତଛାଡ଼ ଆନ୍ଦୋଳନକୁ ନେଇ ଆୟୋଜିତ ଫଟୋ ଓ ଡାକଟିକେଟ ପ୍ରଦର୍ଶନୀକୁ ରାଜ୍ୟପାଳ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri