Categories: ବାଣିଜ୍ୟ

୭୬.୨୨ ସ୍ତରରେ ଟଙ୍କା

ମୁମ୍ବାଇ,୨୪-୩: କରୋନା ପ୍ରଭାବରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତରକୁ ଖସିଯାଇଛି। ଏହି ସମୟରେ ଟଙ୍କା ୧୦୨ ପଇସା ଖସିବା ଫଳରେ ଏହାର ମୂଲ୍ୟ ଡଲାର ତୁଳନାରେ ୭୬.୨୨ ସ୍ତର ଛୁଇଁଛି। ଭାରତରେ କରୋନା ମାମଲା ବଢି ଚାଲି ଥିବାରୁ ଶେୟାର ବଜାରରେ କ୍ଷତି ମଧ୍ୟ ବଢିଛି। ଇଣ୍ଟର ବ୍ୟାଙ୍କ ଫରେକ୍ସ ବଜାରରେ ଟଙ୍କା ୭୫.୯୦ ଟଙ୍କାରୁ ଆରମ୍ଭ ହୋଇଥିଲା। ମାତ୍ର କାରବାର ଶେଷ ବେଳକୁ ଟଙ୍କା ୧୦୨ ପଇସା ଖସି ୭୬.୨୨ ସ୍ତରରେ ରହିଛି। ଦିନ ମଧ୍ୟରେ ଟଙ୍କାର ଉଚ୍ଚ ସ୍ତର ୭୫.୮୬ ରହିଥିବା ବେଳେ ନିମ୍ନ ସ୍ତର ୭୬.୩୦ ଛୁଇଁଥିଲା। ଶୁକ୍ରବାର ଲୋକାଲ ୟୁନିଟ ଡଲାର ତୁଳନାରେ ୭୫.୨୦ ଟଙ୍କାରେ ବନ୍ଦ ହୋଇଥିଲା। ଡଲାର ଶକ୍ତିଶାଳି ହୋଇଥିବା ବେଳେ ଇକ୍ୱିଟି ଏବଂ ଡେଟ୍‌ ସେଗମେଣ୍ଟରୁ ବିଦେଶୀ ନିବେଶକମାନେ ପ୍ରାୟ ୧୧ ବିଲିୟନ ଡଲାର ପ୍ରତ୍ୟାହାର କରିନେଇଥିବା ଜଣାପଡିଛି।

Share