Categories: ବାଣିଜ୍ୟ

୭୫ ଟଙ୍କା ଛୁଇଁଲା ପେଟ୍ରୋଲ, ଡିଜେଲ ୬୬

ନୂଆଦିଲ୍ଲୀ,୧୦-୧୨:ସୋମବାର ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ୬୬ ଟଙ୍କା ଛୁଇଁଛି। ଗତ ଏକ ବର୍ଷ ମଧ୍ୟରେ ଏହା ସବୁଠାରୁ ସର୍ବୋଚ୍ଚ ସ୍ତର। ଉତ୍ପାଦନ ମୂଲ୍ୟ ବଢିବା ଯୋଗୁ ତୈଳ ବିପଣନ କମ୍ପାନୀଗୁଡିକୁ ସେମାନଙ୍କ ଉତ୍ପାଦ ମୂଲ୍ୟ ବଢାଇଥିବା ଜଣାପଡିଛି। ସୋମବାର ପେଟ୍ରୋଲ ଦର ୫ ପଇସା ବଢିଥିବା ବେଳେ ଡିଜେଲ ଦର ୧୦ ପଇସା ବଢିଛି। ନଭେମ୍ବର ୯ ପରଠାରୁ ପେଟ୍ରୋଲ ଦରରେ ଏଭଳି ବୃଦ୍ଧି ପରିଲକ୍ଷିତ ହେଉଛି। ଗତ ଗୋଟିଏ ମାସ ମଧ୍ୟରେ ପେଟ୍ରୋଲ ଦର ମୋଟ ୨.୩୦ ଟଙ୍କା ବଢିଛି। ସୌଦି ଆରବର ଆରାମକୋ ତୈଳ ଫିଲ୍ଡ ଉପରେ ଡ୍ରୋନ ଆକ୍ରମଣ ହେବା ପରେ ଇନ୍ଧନ ଦର ହଠାତ ବୃଦ୍ଧି ଘଟିଥିଲା। ଏହାପରେ ଏଥିରେ ସାମାନ୍ୟ ବିରତି ଲାଗି ଥିଲା। ଏହା ୭୪.୬୧ ଟଙ୍କାରୁ ୭୨.୬୦ ଟଙ୍କାକୁ ଖସିଥିଲା। ମାତ୍ର ନଭେମ୍ବର ୯ ପରେ ପୁଣିଥରେ ବୃଦ୍ଧି ହୋଇଥିବା ଦେଖାଯାଇଛି। ଏହି ସମୟ ମଧ୍ୟରେ ଡିଜେଲ ଦର ୬୭ ଟଙ୍କା ଛୁଇଁଥିଲା।

Share