Categories: ଅନୁଗୋଳ

୭୩ ବର୍ଷ ପରେ ଗଁ।କୁ ବିଜୁଳି ଆଲୁଅ

ଆଠମଲ୍ଲିକ, ୯ା୨(ଡି.ଏନ.ଏ.) – ସ୍ବାଧୀନତାର ୭୩ ବର୍ଷ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତର ବିପ୍ରଡିହ ଗ୍ରାମରେ ଜଳିଛି ବିଜୁଳି ଆଲୁଅ। ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଗଁ। ଲୋକେ। ବହୁ ବିଳମ୍ବ ହେଲେ ବି ଶେଷରେ ଗଁ।କୁ ବିଦ୍ୟୁତ୍‌ ସଂଯୋଗ ମିଳିବା ସେମାନଙ୍କ ପାଇଁ ବଡ଼ ଆନନ୍ଦର ବିଷୟ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


ଗ୍ରାମରେ ଥିବା ୮୦ରୁ ଊର୍ଦ୍ଧ୍ୱ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରାନ୍ସଫର୍ମର ବସିଛି। ବଇଣ୍ଡା ସେସୁ ଏସ୍‌ଡିଓ ମୋହନ ନାଏକ ଏହି ଟ୍ରାନ୍ସଫର୍ମର ଉଦ୍‌ଘାଟନ କରିଥିଲେ। ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ଏହି ବଣ ପାହାଡ଼ ଘେରା ଗ୍ରାମକୁ ବିଦ୍ୟୁତୀକରଣ କରାଯାଇଛି। ଏନ୍‌ଟିପିସି ଲିମିଟେଡ ଏହି କାର୍ଯ୍ୟର ଟେଣ୍ଡର ନେଇଥିବାବେଳେ ହାଇଦ୍ରାବାଦର ଏମ୍‌ଏସ୍‌ ବିଶ୍ୱନାଥ ପ୍ରାଇଭେଟ ଲିମିଟେଡ କାର୍ଯ୍ୟ ସବ୍‌ଲେଟ ନେଇଥିବା ଏସ୍‌ଡିଓ ପ୍ରକାଶ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଗ୍ରାମର ସମସ୍ତ ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗ୍ରାମର ୩ କିମି ଦୂର ଅନ୍ୟ ଗ୍ରାମରେ ବିଦ୍ୟୁତ ବ୍ୟବସ୍ଥା ଥିବା ବେଳେ ବିପ୍ରଡିହକୁ ସଂଯୋଗ ଦେବା ପାଇଁ ଦୀର୍ଘ ଦିନରୁ ସ୍ଥାନୀୟ ଲୋକେ ଦାବି କରିଆସୁଥିଲେ। ଏହି କାର୍ଯ୍ୟକ୍ରମରେ ସେସୁ କନିଷ୍ଠଯନ୍ତ୍ରୀ ଉମାକାନ୍ତ ମାଝି, ଗାଁ ସଭାପତି ଅରକ୍ଷିତ ନାଏକ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ, ସାମାଜିକ କର୍ମୀ ଶତ୍ରୁଘନ ସାହୁ, ସାମ୍ବାଦିକ ସଂଘ ସଭାପତି ପିନା ମହାପାତ୍ର, ବିଜୟ ପ୍ରଧାନ, ଏନ୍‌ଟିପିସି ବିଲିଂ କୋଅର୍ଡିନେଟ୍‌ର୍‌ ମାନସ ରଞ୍ଜନ ଦାସ, ବିଶ୍ୱନାଥ ପ୍ରାଇଭେଟ୍‌ ଲି.ର ଇଂ. ମନୋଜ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।