୭୨ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ଖଇରା,୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତର ସରପଞ୍ଚ ଗଜେନ୍ଦ୍ର ପରିଡା ନିଜ ପଞ୍ଚାୟତ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁବାର ୭୨ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି। ୧୫ତାରିଖ ସକାଳ ୬ଟାରୁ ୧୮ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଶଟଡାଉନ ଘୋଷଣା କରିବା ସହ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ପଞ୍ଚାୟତବାସୀଙ୍କୁ ଗୁରୁବାର ମାଇକ ଯୋଗେ ଅବଗତ କରାଯାଇଛି। ସୁରଟ, ବାଙ୍ଗାଲୋର, ଦିଲ୍ଲୀ, କଲିକତା, ବମ୍ବେ, ହାଇବ୍ରାଦରୁ ବହୁ ସଂଖ୍ୟକ ପ୍ରବାସୀ ଓଡିଆ ଗଡପୋଖରୀ ସମେତ ପାଖ ପଞ୍ଚାୟତକୁ ଫେରୁଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସରପଞ୍ଚ ପରିଡା କହିଛନ୍ତି।