୭୦୦ ପରିବାରଙ୍କ ଦାୟିତ୍ୱ ନେଲେ ଅଜୟ ଦେବଗନ

କରୋନା ମୁକାବିଲାରେ ବଲିଉଡର ତାରକାମାନେ ସହାୟତାର ହାତ ବଢାଇଛନ୍ତି। ଏବେ ଏଥିରେ ନିଜକୁ ସାମିଲ କରିଛନ୍ତି ଅଭିନେତା ଅଜୟ ଦେବଗନ। ପୂର୍ବରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକମାନଙ୍କୁ ଆର୍ଥିକ ସାହାଯ୍ୟ କରୁଥିଲେ। ଏହାବ୍ୟତୀତ ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ ମଧ୍ୟ କରୁଥିଲେ। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଉପୁଜିଥିବା କଠିନ ପରିସ୍ଥିତିରେ ସେ ୭୦୦ ପରିବାରଙ୍କ ଦାୟିତ୍ୱ ନେଇଥିବା ଟୁଇଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଧାରାବୀ କୋଭିଡ-୧୯’ର କେନ୍ଦ୍ର ପାଲଟିଛି। ବହୁ ଲୋକ MCGM(municipal corporation of Greater Mumbai)ର ସାହାଯ୍ୟରେ ଦିନ ରାତି କାମ କରୁଛନ୍ତି। ବହୁ ଏନଜିଓ ମାଧ୍ୟମରେ ଲୋକଙ୍କ ପାଖରେ ରାଶନ ଓ ହାଇଜିନ କିଟ୍‌ ମଧ୍ୟ ପହଞ୍ଚାଯାଉଛି। ଆମେ ୭୦୦ ପରିବାରକୁ ସହାଯ୍ୟ କରୁଛୁ। ମଁୁ ଆପଣଙ୍କଠାରୁ ବି ଦାନର ଆଶା କରୁଛି। ଏଥିସହ ପ୍ରବାସୀଙ୍କୁ ଘରକୁ ପଠାଉଥିବା ଅଭିନେତା ସୋନୁ ସୁଦଙ୍କର ଟୁଇଟ୍‌ କରି ପ୍ରଶଂସା କରିଥିଲେ।

Share