୭ରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଢେଙ୍କାନାଳ ଅଫିସ, ୧୪।୧

ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଫେବୃୟାରୀ ୭ରୁ ୯ ଯାଏ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ନ ୩ଟାରେ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ମେଳାକୁ ସରସସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଚଳିତବର୍ଷ ମାଘମେଳା ପାଇଁ ୧୮ଲକ୍ଷ ୫୨ ହଜାର ୧୦୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବ୍ୟବସାୟୀଙ୍କଠାରୁ ପ୍ରଥମ ୩ଦିନ କୌଣସି ବିଦ୍ୟୁତ୍‌ ଦେୟ ଆଦାୟ କରାଯିବ ନାହିଁ ବୋଲି ସେସୁ ପକ୍ଷରୁ କୁହାଯାଇଛି। ମେଳା ସମୟରେ ଏଲ୍‌ସିଡି ମାଧ୍ୟମରେ ଗାଦିମନ୍ଦିର ଦୃଶ୍ୟାବଳୀ ପ୍ରଦର୍ଶିତ ହେବ। ଆଇନ ଶୃଙ୍ଖଳା ପରିସ୍ଥିତି ଜଗିବାକୁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଯାନବାହନ ନିୟନ୍ତ୍ରଣ ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସ୍‌ପି ଅନୁପମା ଜେମ୍‌ସ ସୂଚନା ଦେଇଛନ୍ତି। ମେଳା ପରିସରରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଗାଡ଼ିଗୁଡ଼ିକ ଲାଗି ନିର୍ଦ୍ଧାରିତ ଭଡ଼ା ଧାର୍ଯ୍ୟ କରାଯିବ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ପାନୀୟଜଳ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ମୋବାଇଲ ଟଏଲେଟ୍‌, ଗାଡି ପାର୍କିଂ, କୂଅ ବିଶୋଧନ, ପଡିଆ ମରାମତି, ଜାଳେଣି କାଠ ଯୋଗାଣ, ନିୟନ୍ତ୍ରଣ କକ୍ଷ ସ୍ଥାପନ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ଯୋରନ୍ଦା ପିଇଓ କେ. ସତ୍ୟନାରାୟଣ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ। ସରପଞ୍ଚ ପ୍ରଶାନ୍ତ ରାଉତ ସ୍ବାଗତ ଭାଷଣ ଦେଇଥିଲେ। ସତ୍ୟମହିମା ଧର୍ମଧାମ ପରିଚାଳନା ସମିତିର ସନ୍ନ୍ୟାସୀ ନିତ୍ୟାନନ୍ଦ ଦାସ, କୌପିନଧାରୀ ମହିମା ସମାଜର ରଘୁନାଥ ବାବା, ଅବିନାଶୀ ବାବା, ଅରୂପଦାସ ବାବା, ବିଶ୍ୱେଶ୍ୱରଦାସ ବାବା ଆଲୋଚନାରେ ଭାଗନେଇଥିଲେ। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର, ବିଡିଓ ଶିବଶଙ୍କର ମିଶ୍ର, ତହସିଲଦାର ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ସୁଶାନ୍ତ ମିଶ୍ର, ବିଧାୟକଙ୍କ ପ୍ରତିନିଧି ନରୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri