୭ମ ରାଜ୍ୟ ଟେଲି ପୁରସ୍କାର:‘ରହିଛି ରହିବି ତୋରି ପାଇଁ’ ଶ୍ରେଷ୍ଠ ଧାରାବାହିକ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):୨୦୧୮ ମସିହା ଲାଗି ମଙ୍ଗଳବାର ୭ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି। ଏଥର ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ପ୍ରଦ୍ୟୁମ୍ନ କୁମାର ଲେଙ୍କାଙ୍କ ‘ରହିଛି ରହିବି ତୋରି ପାଇଁ’ ମନୋନୀତ ହୋଇଛି। ସେହିଭଳି ଏହି ଧାରାବାହିକର ହରିଶ ମହାନ୍ତିଙ୍କୁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’ ଭାବେ ପୁରସ୍କୃତ କରାଯିବ। ‘ପେନ୍‌ସନ୍‌’ର ଜୟନ୍ତ ସାନ୍ତରାଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଏବଂ ‘ଶ୍ରେଷ୍ଠ ଅଭିନେତ୍ରୀ’ ଭାବେ ‘ରହିଛି ରହିବି ତୋରି ପାଇଁ’ର ସୋଫିଆ ସିକନ୍ଦର ଓ ‘କମଲି’ର ସୋନାଲି ନାୟକଙ୍କୁ ମିଳିତଭାବେ ପୁରସ୍କାର ପ୍ରଦାନ କରାଯିବ। ‘ଶ୍ରେଷ୍ଠ ଟେଲି ଫିଲ୍ମ’ ଭାବେ ‘ପେନ୍‌ସନ୍‌’ ରାଜ୍ୟ ଟେଲି ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଏହାର ପ୍ରଯୋଜକ ମାଥ୍ୟୁ ଜେନି ଜୋସେଫ୍‌ ଓ ଶିଳ୍ପାକ୍ରିଷ୍ଣା ଶୁକ୍ଳା ପୁରସ୍କୃତ ହେବେ। ସେହିଭଳି ‘ଶ୍ରେଷ୍ଠ ଟେଲି ଫିଲ୍ମ ନିର୍ଦ୍ଦେଶକ’ ଭାବେ ‘ପାଇକ ବିଦ୍ରୋହ’ର ଅନୁଜ ତ୍ୟାଗୀ ଓ ନିଶ୍ଚୟ ରାଉତ ଏହି ପୁରସ୍କାର ଗ୍ରହଣ କରିବେ।
ଟେଲି ଧାରାବାହିକ ‘କମଲି’ର ମହମ୍ମଦ ବବଲୁଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା’, ‘ରହିଛି ରହିବି ତୋରି ପାଇଁ’ର ପ୍ରିୟଙ୍କା ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’, ‘ରୂପା ଜହ୍ନ’ର ଗୋପାଳ ଶର୍ମାଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଖଳନାୟକ’ ଓ ‘ତୋ ପାଇଁ ମୁଁ’ର ନିର୍ଝରଣୀ ମିଶ୍ରଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଖଳନାୟିକା’, କିଶୋର ରଥଙ୍କୁ ‘ଶ୍ରେଷ୍ଠ ହାସ୍ୟ ଅଭିନେତା’, ସାଇସ୍ବରୂପ ମିଶ୍ରଙ୍କୁ ‘ଶ୍ରେଷ୍ଠ ଶିଶୁ କଳାକାର’, ‘ପେନ୍‌ସନ୍‌’ର ବିଶାଲ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ସଂଳାପ ଲେଖକ’, ପ୍ରସନ୍ନ କରଙ୍କୁ ‘ଶ୍ରେଷ୍ଠ ଡାଏଲଗ୍‌ ଲେଖକ’, ‘କମଲି’ର ଆତ୍ମାନନ୍ଦ ନାୟକଙ୍କୁ ‘ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ’, ‘ପାଇକ ବିଦ୍ରୋହ’ ପାଇଁ ଅର୍ଚ୍ଚିତ ଡି. ରସ୍ତୋଗୀଙ୍କୁ ‘ଶ୍ରେଷ୍ଠ ସମ୍ପାଦନା’ ନିମନ୍ତେ ପୁରସ୍କୃତ କରାଯିବ। ‘ପାଇକ ବିଦ୍ରୋହ’ ପାଇଁ ପ୍ରତାପ ରାଉତଙ୍କୁ ‘ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ’, ‘କମଲି’ ପାଇଁ ଶରତଙ୍କୁ ‘ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ’ଭାବେ ପୁରସ୍କୃତ କରାଯିବ। ସେହିପରି ଟେଲି ଧାରାବାହିକ ପାଇକ ବିଦ୍ରୋହ ପାଇଁ ଅକ୍ଷୟ କୁମାର ପରିଜାଙ୍କୁ ‘ସ୍ବତନ୍ତ୍ର ଜୁରି ସମ୍ମାନ’, ଚିନ୍ତାମଣି ବେହେରାଙ୍କ ‘କମଲି’କୁ ‘ଓଡ଼ିଶା ଆଦିବାସୀ ଭାଷାରେ ଶ୍ରେଷ୍ଠ ଟେଲି ଫିଲ୍ମ’ ଓ ସୁନୀଲ କୁମାର ଦାସଙ୍କ ‘ଗାନ୍ଧୀ ଆସୁଛନ୍ତି’କୁ ‘ଶ୍ରେଷ୍ଠ ଶିକ୍ଷାଭିିତ୍ତିକ ଶିଶୁ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ କରାଯିବ। ଡିସେମ୍ବର ୨୦ରେ ଉତ୍କଳ ମଣ୍ଡପଠାରେ ସ୍ବତନ୍ତ୍ର ପୁରସ୍କାର ଉତ୍ସବର ଆୟୋଜନ କରାଯାଇ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ ପ୍ରମୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri