୭ମ ରାଜ୍ୟ ଟେଲି ପୁରସ୍କାର:‘ରହିଛି ରହିବି ତୋରି ପାଇଁ’ ଶ୍ରେଷ୍ଠ ଧାରାବାହିକ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):୨୦୧୮ ମସିହା ଲାଗି ମଙ୍ଗଳବାର ୭ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି। ଏଥର ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ପ୍ରଦ୍ୟୁମ୍ନ କୁମାର ଲେଙ୍କାଙ୍କ ‘ରହିଛି ରହିବି ତୋରି ପାଇଁ’ ମନୋନୀତ ହୋଇଛି। ସେହିଭଳି ଏହି ଧାରାବାହିକର ହରିଶ ମହାନ୍ତିଙ୍କୁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’ ଭାବେ ପୁରସ୍କୃତ କରାଯିବ। ‘ପେନ୍‌ସନ୍‌’ର ଜୟନ୍ତ ସାନ୍ତରାଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଏବଂ ‘ଶ୍ରେଷ୍ଠ ଅଭିନେତ୍ରୀ’ ଭାବେ ‘ରହିଛି ରହିବି ତୋରି ପାଇଁ’ର ସୋଫିଆ ସିକନ୍ଦର ଓ ‘କମଲି’ର ସୋନାଲି ନାୟକଙ୍କୁ ମିଳିତଭାବେ ପୁରସ୍କାର ପ୍ରଦାନ କରାଯିବ। ‘ଶ୍ରେଷ୍ଠ ଟେଲି ଫିଲ୍ମ’ ଭାବେ ‘ପେନ୍‌ସନ୍‌’ ରାଜ୍ୟ ଟେଲି ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଏହାର ପ୍ରଯୋଜକ ମାଥ୍ୟୁ ଜେନି ଜୋସେଫ୍‌ ଓ ଶିଳ୍ପାକ୍ରିଷ୍ଣା ଶୁକ୍ଳା ପୁରସ୍କୃତ ହେବେ। ସେହିଭଳି ‘ଶ୍ରେଷ୍ଠ ଟେଲି ଫିଲ୍ମ ନିର୍ଦ୍ଦେଶକ’ ଭାବେ ‘ପାଇକ ବିଦ୍ରୋହ’ର ଅନୁଜ ତ୍ୟାଗୀ ଓ ନିଶ୍ଚୟ ରାଉତ ଏହି ପୁରସ୍କାର ଗ୍ରହଣ କରିବେ।
ଟେଲି ଧାରାବାହିକ ‘କମଲି’ର ମହମ୍ମଦ ବବଲୁଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା’, ‘ରହିଛି ରହିବି ତୋରି ପାଇଁ’ର ପ୍ରିୟଙ୍କା ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’, ‘ରୂପା ଜହ୍ନ’ର ଗୋପାଳ ଶର୍ମାଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଖଳନାୟକ’ ଓ ‘ତୋ ପାଇଁ ମୁଁ’ର ନିର୍ଝରଣୀ ମିଶ୍ରଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଖଳନାୟିକା’, କିଶୋର ରଥଙ୍କୁ ‘ଶ୍ରେଷ୍ଠ ହାସ୍ୟ ଅଭିନେତା’, ସାଇସ୍ବରୂପ ମିଶ୍ରଙ୍କୁ ‘ଶ୍ରେଷ୍ଠ ଶିଶୁ କଳାକାର’, ‘ପେନ୍‌ସନ୍‌’ର ବିଶାଲ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ସଂଳାପ ଲେଖକ’, ପ୍ରସନ୍ନ କରଙ୍କୁ ‘ଶ୍ରେଷ୍ଠ ଡାଏଲଗ୍‌ ଲେଖକ’, ‘କମଲି’ର ଆତ୍ମାନନ୍ଦ ନାୟକଙ୍କୁ ‘ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ’, ‘ପାଇକ ବିଦ୍ରୋହ’ ପାଇଁ ଅର୍ଚ୍ଚିତ ଡି. ରସ୍ତୋଗୀଙ୍କୁ ‘ଶ୍ରେଷ୍ଠ ସମ୍ପାଦନା’ ନିମନ୍ତେ ପୁରସ୍କୃତ କରାଯିବ। ‘ପାଇକ ବିଦ୍ରୋହ’ ପାଇଁ ପ୍ରତାପ ରାଉତଙ୍କୁ ‘ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ’, ‘କମଲି’ ପାଇଁ ଶରତଙ୍କୁ ‘ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ’ଭାବେ ପୁରସ୍କୃତ କରାଯିବ। ସେହିପରି ଟେଲି ଧାରାବାହିକ ପାଇକ ବିଦ୍ରୋହ ପାଇଁ ଅକ୍ଷୟ କୁମାର ପରିଜାଙ୍କୁ ‘ସ୍ବତନ୍ତ୍ର ଜୁରି ସମ୍ମାନ’, ଚିନ୍ତାମଣି ବେହେରାଙ୍କ ‘କମଲି’କୁ ‘ଓଡ଼ିଶା ଆଦିବାସୀ ଭାଷାରେ ଶ୍ରେଷ୍ଠ ଟେଲି ଫିଲ୍ମ’ ଓ ସୁନୀଲ କୁମାର ଦାସଙ୍କ ‘ଗାନ୍ଧୀ ଆସୁଛନ୍ତି’କୁ ‘ଶ୍ରେଷ୍ଠ ଶିକ୍ଷାଭିିତ୍ତିକ ଶିଶୁ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ କରାଯିବ। ଡିସେମ୍ବର ୨୦ରେ ଉତ୍କଳ ମଣ୍ଡପଠାରେ ସ୍ବତନ୍ତ୍ର ପୁରସ୍କାର ଉତ୍ସବର ଆୟୋଜନ କରାଯାଇ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ ପ୍ରମୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

୧୨ ଯାଏ ଥରିବ ଓଡ଼ିଶା: ୭ ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri