Categories: ଜାତୀୟ

୭ବର୍ଷରେ ୭ଥର ଗର୍ଭବତୀ: ଲିଙ୍ଗ ପରୀକ୍ଷଣରେ କନ୍ୟା ଭ୍ରୂଣ ଯୋଗୁ ବାରମ୍ବାର କରୁଥିଲେ ଗର୍ଭପାତ, ଏଥର ମିଳିଲା ଆଶ୍ୱସ୍ତି

ହାଇଦ୍ରାବାଦ, ୧୬।୭: କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଶରେ ସେମିତି କିଛି ପ୍ରଭାବ ପକାଉଥିବା ପରିଲକ୍ଷିତ ହେଉ ନାହିଁ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ୭ବର୍ଷରେ ୭ଥର ଜଣେ ମହିଳା ଗର୍ଭବତୀ ହୋଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ତାଙ୍କର ଜବରଦସ୍ତ ଗର୍ଭପାତ କରାଇଦେଉଥିଲେ। ଲିଙ୍ଗ ପରୀକ୍ଷଣରେ କନ୍ୟା ଭ୍ରୂଣ ଥିବାରୁ ମହିଳାଙ୍କ ପରିବାର ଲୋକେ ଗର୍ଭପାତ କରିଦେବା ପାଇଁ ତାଙ୍କୁ ପ୍ରବର୍ତ୍ତାଉଥିଲେ। ଏଥର କିନ୍ତୁ ଗର୍ଭରେ ପୁଅ ଥିବା ଜାଣିବା ପରେ ମହିଳାଙ୍କୁ ଆଶ୍ୱସ୍ତି ମିଳିଛି। ସୂଚନାଯୋଗ୍ୟ, ହାଇଦ୍ରାବାଦର ୩୧ ବର୍ଷୀୟ ସୁମତି ନିଜ ପରିବାର ଲୋକଙ୍କ ଦ୍ୱାରା ଏତେ ଭୟଭୀତ ହୋଇଯାଇଛନ୍ତି କି ପ୍ରତିଦିନ ରାତିରେ ସ୍ବପ୍ନରେ ତାଙ୍କ ଗର୍ଭପାତ କରିଦିଆଯାଉଥିବା କଥା ଭାବୁଛନ୍ତି। ଏଥର ଗର୍ଭରେ ପୁଅ ଥିବା ଜାଣିବା ପରେ ତାଙ୍କୁ କିଛି ଆଶ୍ୱସ୍ତି ମିଳିଛି ବୋଲି କହନ୍ତି ସୁମତି। ଭଲ ହେଲା ମୋର ଝିଅ ହୋଇ ନାହିଁ ନଚେତ୍‌, ତାଙ୍କୁ ମଧ୍ୟ ମୋ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥାନ୍ତା ବୋଲି ସେ କହିଛନ୍ତି।

Share