ବାଲିଚନ୍ଦ୍ରପୁର,୯ା୮(ସ୍ବ.ପ୍ର.):ସ୍ବାଧୀନତାର ୭୫ ବର୍ଷ ପରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅନ୍ତର୍ଗତ ୬ ରାଜସ୍ବ ମୌଜାର ଜମିଜମା ବନ୍ଦୋବସ୍ତ ସଂକ୍ରାନ୍ତିୟ ସଂଶୋଧନ ନିମନ୍ତେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମସ୍ୟା ଯୋଗୁ କଳାଶ୍ରୀ, ଚାରିନଙ୍ଗଳ, ପଲେଇ, ପତରାଜପୁର, ପଣସୁଧା ଓ ବରଦା ଆଦି ୬ ମୌଜାର ଅଧିବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ ା ଏବେ ସେଥିରୁ ମୁକ୍ତି ମିଳିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ଏହି ସମାନ ସମସ୍ୟା ଭୋଗୁଥିବା ବଡ଼ଚଣାର ଆହୁରି ୩ ଗ୍ରାମ ସୁଙ୍ଗୁଡ଼ା, ମାତକତପୁର ଓ ଦର୍ପଣଗଡ଼ ମୌଜାର ଜମିଜମା ସଂଶୋଧନ ପାଇଁ ପ୍ରକ୍ରିୟା ଜାରି ରହିଛି।
ସୂଚନା ଅନୁଯାୟୀ, ୧୯୨୯ ବନ୍ଦୋବସ୍ତ ପରେ ରାଜ୍ୟ ସରକାର ସମ୍ପୃକ୍ତ ମୌଜାର ବନ୍ଦୋବସ୍ତ ବା ରେକର୍ଡ଼ ସଂଶୋଧନ ନିମନ୍ତେ ୧୯୭୮ରେ ନୋଟିଫିକେଶନ କରିଥିଲେ। ସେତେବେଳେ ୧୦ ବର୍ଷ ପର୍ଯ୍ୟନ୍ତ ଏହି ସଂଶୋଧନ କାମ ଚାଲିଥିଲା। ହେଲେ ବିଭିନ୍ନ କାରଣରୁ ଏହି ସଂଶୋଧନ କାମ ବନ୍ଦ ହୋଇଯାଇଥିଲା। ଫଳରେ ସେଦିନଠାରୁ ବଡ଼ଚଣାର ଉପରୋକ୍ତ ୯ ମୌଜାର ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ଜମି ଖର୍ଦ୍ଦି ବିକ୍ରି ହୋଇପାରୁ ନ ଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଫସଲ ବୀମା ଅର୍ଥ ଲୋକେ ପାଇପାରୁ ନ ଥିଲେ। ନାମଲେଖା ସମୟରେ ପିଲାମାନେ ଆବଶ୍ୟକ ପ୍ରମାଣପତ୍ର ପାଇବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା। ଏନେଇ ବାରମ୍ବାର ମୌଜାର ଅଧିବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିଲେ। ଶେଷରେ ୨୦୧୨ର ପୁରୁଣା ପ୍ରକ୍ରିୟା ରଦ୍ଦ କରି ନୂତନ ତଥା ଉନ୍ନତ ଟେକ୍ନୋଲୋଜି ମାଧ୍ୟମରେ ଏହି ସଂଶୋଧନ କାମ କରିବା ପାଇଁ ସରକାର ଆଇନ କରିଥିଲେ। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ୨୦୧୩ରେ ଆଞ୍ଚଳିକ କୃଷକ ସଂଗ୍ରାମ ସମିତିର ସଂଯୋଜକ ତଥା କଂଗ୍ରେସ ନେତା ଅଜୟ କୁମାର ସାମଲଙ୍କ ନେତୃତ୍ୱରେ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ସ୍ବାଧୀନତା ଦିବସ ଅବସରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିଲା ା କରୋନା କଟକଣା ଯୋଗୁ ତତ୍କାଳନୀ ଜିଲାପାଳ ଅନିଲ କୁମାର ସାମଲ ସଂଗ୍ରାମୀଙ୍କ ଘରକୁ ପୁରସ୍କାର ପ୍ରଦାନ କରିବା ନିମନ୍ତେ ଯାଇଥିଲେ। ଏହି ଅବସରରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ଉପସ୍ଥିତିରେ ଜିଲାପାଳଙ୍କୁ ନୀଳମଣି ବନ୍ଦୋବସ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ା ମୁଁ ଜୀବିତ ଥିବା ଅବସ୍ଥାରେ ଯଦି ସରକାର ବନ୍ଦୋବସ୍ତ ପ୍ରକ୍ରିୟା କରନ୍ତି ତେବେ ଏହା ମୋର ଶେଷ ଇଛା ହେବ ବୋଲି ବିଧାୟକ ଶତପଥୀ ଓ ଜିଲାପାଳ ସାମଲଙ୍କୁ ନୀଳମଣି କହିଥିଲେ। ଏହାପରେ ୨୦୧୪ରେ ସମ୍ପୃକ୍ତ ମୌଜାର ଡ଼ି-ନୋଟିଫିକେଶନ କରାଯାଇ ବିଭାଗରେ ଥିବା କର୍ମଚାରୀମାନଙ୍କୁ ନେଇ ଏ ସଂକ୍ରାନ୍ତରେ କାମ କରିବାକୁ ସରକାରଙ୍କ ରାଜସ୍ବ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ବିଭାଗୀୟ ଅତିରିକ୍ତ ସଚିବ ଏହି ସମସ୍ୟାର ସମାଧାନ ନିମନ୍ତେ ତଦନ୍ତ କରି ଅନୁକୂଳ ରିପୋର୍ଟ ଦେଇଥିଲେ ମଧ୍ୟ ସେହି କାମ ଅଗ୍ରଗତି ହୋଇ ନ ଥିଲା। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ୨୦୨୨ ମେ ୨୪ରେ ଯାଜପୁର ଜିଲା ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲାର ବନ୍ଦୋବସ୍ତ କାମ କରାଯିବା ପାଇଁ ଚିଠି ନମ୍ବର ୧୬୮୧୨/୨୨ରେ ସମସ୍ତ ମୌଜାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଦର୍ପଣ ତହସିଲର କୌଣସି ମୌଜା ଏହି ପ୍ରକ୍ରିୟାରେ ସ୍ଥାନ ପାଇ ନ ଥିଲା। ଏହା ପରେ ଆଞ୍ଚଳିକ କୃଷକ ସଂଗ୍ରାମ ସମିତିର ସଂଯୋଜକ ସାମଲ ବିଭାଗୀୟ ଅଧିକାରୀଙ୍କ ନିକଟରେ ପୁନର୍ବିଚାର ପାଇଁ ଦାବି କରିଥିଲେ। ଶେଷରେ ଉପରୋକ୍ତ ମୌଜାର ବନ୍ଦୋବସ୍ତ କାଯର୍ୟ ପାଇଁ ଚଳିତ ମାସ ୧ରେ ଚିଠି ନମ୍ବର ୨୫୬୫୪/୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂଗ୍ରାମୀ ନୀଳମଣି ସାମଲ ଖୁସିବ୍ୟକ୍ତ କରିବା ସହ ମୋର ଶେଷ ଇଚ୍ଛା ରାଜ୍ୟ ସରକାର ପୂରଣ କରିଛନ୍ତି ବୋଲି ସେ କହିଛନ୍ତି ା ତେବେ ଏହି ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ମୌଜା ଦର୍ପଣଗଡ଼, ସୁଙ୍ଗୁଡ଼ା ଓ ମାତାକାତପୁରର ସଂଶୋଧନ କାଯର୍ୟ କରିବା ପାଇଁ ସେ ଦାବି କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ
ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…
ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ
ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…
ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି
ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…
ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…
ଭୁବନେଶ୍ୱର, ୧।୪(ସୁନିତ୍ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…
ଶେଷରେ ନଇଁଲେ ଟ୍ରମ୍ପ୍! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’
ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…
କୁଏଟ୍ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…
ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍
ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…
କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…
ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍ଫେୟାର କର୍ପୋରେଶନ (ଓପିଏଚ୍ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…
Archives

