୬ ମୌଜାର ଚାଷୀ ଖୁସି

ବାଲିଚନ୍ଦ୍ରପୁର,୯ା୮(ସ୍ବ.ପ୍ର.):ସ୍ବାଧୀନତାର ୭୫ ବର୍ଷ ପରେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅନ୍ତର୍ଗତ ୬ ରାଜସ୍ବ ମୌଜାର ଜମିଜମା ବନ୍ଦୋବସ୍ତ ସଂକ୍ରାନ୍ତିୟ ସଂଶୋଧନ ନିମନ୍ତେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମସ୍ୟା ଯୋଗୁ କଳାଶ୍ରୀ, ଚାରିନଙ୍ଗଳ, ପଲେଇ, ପତରାଜପୁର, ପଣସୁଧା ଓ ବରଦା ଆଦି ୬ ମୌଜାର ଅଧିବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ ା ଏବେ ସେଥିରୁ ମୁକ୍ତି ମିଳିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ଏହି ସମାନ ସମସ୍ୟା ଭୋଗୁଥିବା ବଡ଼ଚଣାର ଆହୁରି ୩ ଗ୍ରାମ ସୁଙ୍ଗୁଡ଼ା, ମାତକତପୁର ଓ ଦର୍ପଣଗଡ଼ ମୌଜାର ଜମିଜମା ସଂଶୋଧନ ପାଇଁ ପ୍ରକ୍ରିୟା ଜାରି ରହିଛି।
ସୂଚନା ଅନୁଯାୟୀ, ୧୯୨୯ ବନ୍ଦୋବସ୍ତ ପରେ ରାଜ୍ୟ ସରକାର ସମ୍ପୃକ୍ତ ମୌଜାର ବନ୍ଦୋବସ୍ତ ବା ରେକର୍ଡ଼ ସଂଶୋଧନ ନିମନ୍ତେ ୧୯୭୮ରେ ନୋଟିଫିକେଶନ କରିଥିଲେ। ସେତେବେଳେ ୧୦ ବର୍ଷ ପର୍ଯ୍ୟନ୍ତ ଏହି ସଂଶୋଧନ କାମ ଚାଲିଥିଲା। ହେଲେ ବିଭିନ୍ନ କାରଣରୁ ଏହି ସଂଶୋଧନ କାମ ବନ୍ଦ ହୋଇଯାଇଥିଲା। ଫଳରେ ସେଦିନଠାରୁ ବଡ଼ଚଣାର ଉପରୋକ୍ତ ୯ ମୌଜାର ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ଜମି ଖର୍ଦ୍ଦି ବିକ୍ରି ହୋଇପାରୁ ନ ଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଫସଲ ବୀମା ଅର୍ଥ ଲୋକେ ପାଇପାରୁ ନ ଥିଲେ। ନାମଲେଖା ସମୟରେ ପିଲାମାନେ ଆବଶ୍ୟକ ପ୍ରମାଣପତ୍ର ପାଇବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା। ଏନେଇ ବାରମ୍ବାର ମୌଜାର ଅଧିବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିଲେ। ଶେଷରେ ୨୦୧୨ର ପୁରୁଣା ପ୍ରକ୍ରିୟା ରଦ୍ଦ କରି ନୂତନ ତଥା ଉନ୍ନତ ଟେକ୍ନୋଲୋଜି ମାଧ୍ୟମରେ ଏହି ସଂଶୋଧନ କାମ କରିବା ପାଇଁ ସରକାର ଆଇନ କରିଥିଲେ। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ୨୦୧୩ରେ ଆଞ୍ଚଳିକ କୃଷକ ସଂଗ୍ରାମ ସମିତିର ସଂଯୋଜକ ତଥା କଂଗ୍ରେସ ନେତା ଅଜୟ କୁମାର ସାମଲଙ୍କ ନେତୃତ୍ୱରେ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ସ୍ବାଧୀନତା ଦିବସ ଅବସରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିଲା ା କରୋନା କଟକଣା ଯୋଗୁ ତତ୍କାଳନୀ ଜିଲାପାଳ ଅନିଲ କୁମାର ସାମଲ ସଂଗ୍ରାମୀଙ୍କ ଘରକୁ ପୁରସ୍କାର ପ୍ରଦାନ କରିବା ନିମନ୍ତେ ଯାଇଥିଲେ। ଏହି ଅବସରରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ଉପସ୍ଥିତିରେ ଜିଲାପାଳଙ୍କୁ ନୀଳମଣି ବନ୍ଦୋବସ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ା ମୁଁ ଜୀବିତ ଥିବା ଅବସ୍ଥାରେ ଯଦି ସରକାର ବନ୍ଦୋବସ୍ତ ପ୍ରକ୍ରିୟା କରନ୍ତି ତେବେ ଏହା ମୋର ଶେଷ ଇଛା ହେବ ବୋଲି ବିଧାୟକ ଶତପଥୀ ଓ ଜିଲାପାଳ ସାମଲଙ୍କୁ ନୀଳମଣି କହିଥିଲେ। ଏହାପରେ ୨୦୧୪ରେ ସମ୍ପୃକ୍ତ ମୌଜାର ଡ଼ି-ନୋଟିଫିକେଶନ କରାଯାଇ ବିଭାଗରେ ଥିବା କର୍ମଚାରୀମାନଙ୍କୁ ନେଇ ଏ ସଂକ୍ରାନ୍ତରେ କାମ କରିବାକୁ ସରକାରଙ୍କ ରାଜସ୍ବ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ବିଭାଗୀୟ ଅତିରିକ୍ତ ସଚିବ ଏହି ସମସ୍ୟାର ସମାଧାନ ନିମନ୍ତେ ତଦନ୍ତ କରି ଅନୁକୂଳ ରିପୋର୍ଟ ଦେଇଥିଲେ ମଧ୍ୟ ସେହି କାମ ଅଗ୍ରଗତି ହୋଇ ନ ଥିଲା। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ୨୦୨୨ ମେ ୨୪ରେ ଯାଜପୁର ଜିଲା ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲାର ବନ୍ଦୋବସ୍ତ କାମ କରାଯିବା ପାଇଁ ଚିଠି ନମ୍ବର ୧୬୮୧୨/୨୨ରେ ସମସ୍ତ ମୌଜାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଦର୍ପଣ ତହସିଲର କୌଣସି ମୌଜା ଏହି ପ୍ରକ୍ରିୟାରେ ସ୍ଥାନ ପାଇ ନ ଥିଲା। ଏହା ପରେ ଆଞ୍ଚଳିକ କୃଷକ ସଂଗ୍ରାମ ସମିତିର ସଂଯୋଜକ ସାମଲ ବିଭାଗୀୟ ଅଧିକାରୀଙ୍କ ନିକଟରେ ପୁନର୍ବିଚାର ପାଇଁ ଦାବି କରିଥିଲେ। ଶେଷରେ ଉପରୋକ୍ତ ମୌଜାର ବନ୍ଦୋବସ୍ତ କାଯର୍‌ୟ ପାଇଁ ଚଳିତ ମାସ ୧ରେ ଚିଠି ନମ୍ବର ୨୫୬୫୪/୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂଗ୍ରାମୀ ନୀଳମଣି ସାମଲ ଖୁସିବ୍ୟକ୍ତ କରିବା ସହ ମୋର ଶେଷ ଇଚ୍ଛା ରାଜ୍ୟ ସରକାର ପୂରଣ କରିଛନ୍ତି ବୋଲି ସେ କହିଛନ୍ତି ା ତେବେ ଏହି ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିବା ମୌଜା ଦର୍ପଣଗଡ଼, ସୁଙ୍ଗୁଡ଼ା ଓ ମାତାକାତପୁରର ସଂଶୋଧନ କାଯର୍‌ୟ କରିବା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri