Categories: ଫୁରସତ

୬ ବର୍ଷୀୟା ମଡେଲ ୟଲିନା ବିଶ୍ୱର ସବୁଠୁ ସୁନ୍ଦରୀ

ବିଶ୍ୱର ସବୁଠାରୁ ସୁନ୍ଦର ଏବଂ ବୁଦ୍ଧିମାନଙ୍କୁ ନେଇ ଅନେକ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏଥିରେ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ମୁକୁଟ ପିନ୍ଧାଯିବା ସହ ପୁରସ୍କୃତ କରାଯାଇଥାଏ। ଏବେ ଏହି ତାଲିକାରେ ଏକ ଛୋଟ ଝିଅର ନାମ ଯୋଡିହୋଇଯାଇଛି।
ରୁଷ୍‌ର ମାତ୍ର ୬ବର୍ଷର ଜଣେ ଝିଅ ବିଶ୍ୱର ସବୁଠାରୁ ସୁନ୍ଦରୀ ହେବାର ଗୌରବ ଅର୍ଜନ କରିଛନ୍ତି। ୟଲିନା ୟକୁପୋଓ୍ବା ନାମକ ଏହି ଝିଅ ମାତ୍ର ୪ ବର୍ଷରୁ ମଡେଲିଂ କରିଆସୁଛନ୍ତି। ତାଙ୍କର ଖୁବ୍‌ ଲୋକପ୍ରିୟତା ରହିଛି। ୟଲିନାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ୨୨ ହଜାର ଫଲୋଅର୍ସ ରହିଛନ୍ତି। ସବୁଠାରୁ ବଡ଼ କଥା ହେଲା ୟଲିନାଙ୍କ ଫଲୋଅର୍ସମାନେ ତାଙ୍କୁ ବିଶ୍ୱର ସବୁଠାରୁ କ୍ୟୁଟ୍‌ ଝିଅ ବୋଲି କହିଛନ୍ତି। ତାଙ୍କ ଫଟୋ ଯେ କେହି ଦେଖିବ ନଜର ହଟିବନି। ୟଲିନା ଅନେକ ଫ୍ୟାଶନ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇସାରିଛନ୍ତି। ଏଥିସହ ୟଲିନା ଛୋଟ ପିଲାଙ୍କ ଲୋକପ୍ରିୟ ବ୍ରାଣ୍ଡ ମୋନାଲିସା କିଡ୍‌ସ ଏବଂ ଗ୍ଲୋରିୟା ଜିନ୍ସ ପାଇଁ ମଧ୍ୟ ବିଜ୍ଞାପନ କରିସାରିଛନ୍ତି। ୟଲିନାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ସୁନ୍ଦର ସୁନ୍ଦର ଫଟୋରେ ଭରି ରହିଛି। ତାଙ୍କର ପ୍ରତି ଫଟୋକୁ ହଜାର ହଜାର ସଂଖ୍ୟାରେ ଲାଇକ୍‌ ମିଳୁଛି। ତାଙ୍କର ଫ୍ୟାନ୍‌ ଫଲୋଇଂ ରୁଷ୍‌ ସମେତ ଆମେରିକା, ବ୍ରିଟେନ, ଜର୍ମାନ ସମେତ ସମଗ୍ର ବିଶ୍ୱରେ ରହିଛି।
ୟଲିନାଙ୍କ ମ୍ୟାନେଜର ରୋମନ କୁଖର କୁହନ୍ତି, ବିଗତ କିଛି ଦିନ ହେବ ତାଙ୍କର ଲୋକପ୍ରିୟତା ବହୁତ ବଢ଼ିଯାଇଛି। ସେ ନିଜ କାମକୁ ନେଇ ଖୁବ୍‌ ଯତ୍ନବାନ। ଏତେ କମ୍‌ ବୟସରୁ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ବଡ ନାମ କମାଇଛନ୍ତି ବୋଲି ରୋମନ କୁହନ୍ତି।

Share