Categories: ଫୁରସତ

୬ ବର୍ଷର କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କଲେ ଦମ୍ପତି, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

୨୦୦୯ରେ ଆସିଥିବା ଏକ ହଲିଉଡ୍‌ ଫିଲ୍ମ ‘ଅର୍ଫାନ’ ଯଦି ଦେଖିଥିବେ ତେବେ ଏଥିରେ ଏକ ଛୋଟ ପିଲା କରିଥିବା ଅଭିନୟ ମଧ୍ୟ ଦେଖିଥିବେ। ଗୋଟିଏ ପରିବାର ଏକ ଅନାଥ ପିଲାକୁ ଛୋଟବେଳୁ ଆଣି ଘରେ ପାଳଥିବାବେଳେ ସେହି ପିଲା କେମିତି ତାଙ୍କର କ୍ଷତି କରୁଛି,ଏହି ଫିଲ୍ମରେ ଦେଖିଥିବେ। ଠିକ୍‌ ଉକ୍ତ ଫିଲ୍ମ ପରି ଏକ ସତ୍ୟ ଘଟଣା ଏବେ ଲୋକଲୋଚନକୁ ଆସିଛି। ଓ୍ବାଶିଂଟନ୍‌ର ଦମ୍ପତି କ୍ରିଷ୍ଟ୍‌ନୀ ଏବଂ ମାଇକେଲ୍‌ ବର୍ନେଟ୍‌ ୬ ବର୍ଷର ଜଣେ ଅନାଥ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। କିନ୍ତୁ ଉକ୍ତ ଦମ୍ପତି ତାଙ୍କୁ ଅତ୍ୟାଚାର କରିବା ସହ କାନାଡା ଚାଲି ଯାଇଥିବା ଶିଶୁକନ୍ୟାଟି ଅଭିଯୋଗ କରିଛନ୍ତି।

ନତାଲିୟା ଗ୍ରେସ୍‌ ନାମକ ଏହି ଶିଶୁକନ୍ୟା ନିଜକୁ ୬ ବର୍ଷର କହୁଥିବାବେଳେ ବର୍ତ୍ତମାନ ସତ ଘଟଣା ସାମ୍ନାକୁ ଆସିଛି। ଯାଞ୍ଚ କରିବାକୁ ଜଣାପଡ଼ିଲା ନତାଲିୟାଙ୍କ ବୟସ ୬ ନୁହେଁ, ୨୨ ବର୍ଷ। କ୍ରୀଷ୍ଟିନ୍‌ ଏବଂ ମାଇକେଲ୍‌ଙ୍କୁ ପୋଲିସ ପଚରାଉଚରା କରିବାରୁ ଦମ୍ପତି କୁହନ୍ତି, ନତାଲିୟା ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ନେବାବେଳେ ସେମାନେ ତାଙ୍କର ପ୍ରକୃତ ବୟସ ବିଷୟରେ ଜାଣିପାରି ନ ଥିଲେ। କିନ୍ତୁ ବେଳେବେଳେ ତାଙ୍କର ଚାଲିଚଳଣି, ଗତିବିଧି ଅଜବ ଲାଗୁଥିଲା। ତେଣୁ ଦମ୍ପତି ନତାଲିୟାଙ୍କ ପ୍ରତି ନଜର ରଖିଥିଲେ।

ଥରେ ପରିବାର ସହ ନତାଲିୟା ଛୁଟି ମନାଇବାକୁ ସମୁଦ୍ରକୂଳକୁ ଯାଇଥିଲେ। ଏଠାରେ ନତାଲିୟା ବଡ଼ପିଲାଙ୍କ ପରି ଦୌଡ଼ିବାକୁ ଲାଗିଲେ। ଏଥିରୁ ସେ ଜାଣିପାରିଥିଲେ ନତାଲିୟା ଛୋଟ ନୁହନ୍ତି, ଜଣେ ବୟସ୍କପ୍ରାପ୍ତ ଯୁବତୀ। ସେ ସବୁବେଳେ ପରିବାରର ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଏହା ଦେଖି ଦମ୍ପତି ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତରଙ୍କ ରିପୋର୍ଟ ଅନୁସାରେ, ନତାଲିୟା ୬ ବର୍ଷର କନ୍ୟା ନୁହନ୍ତି, ଜଣେ ୨୨ ବର୍ଷୀୟା ଯୁବତୀ। ଏହା ପରେ ସତ ଘଟଣା ଜଣାପଡ଼ିଛି।

Share