୬ ଫୁଟ ଲମ୍ବର ବୋଡ଼ା ଉଦ୍ଧାର

ଠାକୁରମୁଣ୍ଡା,୧୮ା୯(ଡି.ଏନ୍‌.ଏ.)- ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ୬ ଫୁଟ ଲମ୍ବର ବୋଡା ସାପ ଉଦ୍ଧାର ହୋଇଛି। ଗ୍ରାମର ଗଙ୍ଗାଧର ମହାନ୍ତଙ୍କ ବାଡ଼ିରେ ଥିବା ଏକ କୁଟା ଭାଡ଼ିରୁ ୱାର୍ଡ ମେମ୍ବର କ୍ଷେତ୍ରନାଥ ହେମ୍ବ୍ରମ ସାପଟିକୁ ଉଦ୍ଧାର କରିଥିଲେ। ଖବରପାଇ ଚମ୍ପାଝର ଫରେଷ୍ଟର ଗୁନାରାମ ସିଂ ଖୁଣ୍ଟିଆ, ଫରେଷ୍ଟ ଗାର୍ଡ କିଶୋର ମହାନ୍ତ ଉଦ୍ଧାର ସାପକୁ ନେଇ ଠାକୁରମୁଣ୍ଡା ରେଞ୍ଜ ମାଙ୍କଡବେଡା ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାଯାଇଛି ।