୬ ଅନାଥ ଭଉଣୀଭାଇ ନିରାଶ୍ରୟ

କେନ୍ଦୁଝର,୨୫ା୬ (ସ୍ବ.ପ୍ର.)-ଅନାଥ ହୋଇପଡ଼ିଛନ୍ତି ୬ ଭାଇଭଉଣୀ। ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ଶିଶୁମାନେ ସବୁ ପ୍ରକାର ଯୋଜନାରୁ ବଞ୍ଚିତ ହୋଇପଡ଼ିଛନ୍ତି। ଭାଗ୍ୟର ବିଡ଼ମ୍ବନା ଦେଖ ବାପାଙ୍କ ମୃତ୍ୟୁ ପରେ ସେମାନଙ୍କ ମା’ମଧ୍ୟ ପ୍ରାଣ ହରାଇଛନ୍ତି। ଜୀବନ ସଂଘର୍ଷରେ ଏବେ ୬ ଶିଶୁଙ୍କୁ ଏବେ ଏକାକୀ ବାଟ ଚାଲିବାକୁ ପଡ଼ିବ। ଏଭଳି ଘଟଣା ଘଟିଛି ସାହାରପଡା ବ୍ଲକ ଲୁଙ୍ଗା ଗ୍ରାମ ମୁଣ୍ଡା ସାହିରେ। ୬ ଜଣ ଶିଶୁ ଅନାଥ ହୋଇଯାଇଥିବାରୁ ପାଠ ପଢା ଛାଡି ପେଟପାଟଣା ପାଇଁ ପର ଘରେ କାମ କରିବାକୁ ନିଷ୍ପତ୍ତି ନେଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ତାଙ୍କ ବାପା ବିକ୍ରମ ମୁଣ୍ଡା ଟିବି ରୋଗରେ ପିଡ଼ୀତ ହୋଇ ଅର୍ଥାଭାବରୁ ଚିକିତ୍ସିତ ନ ହୋଇ ୨ ବର୍ଷ ତଳେ ଆଖି ବୁଜି ଥିଲେ। ତାଙ୍କର ୫ ଝିଅ ଓ ଗୋଟିଏ ପୁତ୍ର ସନ୍ତାନ ଥିଲେ। ମା’ ସମ୍ଭାରୀ ମୂଲଲାଗି ତାଙ୍କର ୬ ସନ୍ତାନଙ୍କ ପ୍ରତିପୋଷଣ ବହୁ କଷ୍ଟରେ କରିଆସୁଥିଲେ। ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ପିଲାଙ୍କ ପ୍ରତିପୋଷଣ ପାଇଁ କଠିନ କାମ କରି କରୁଥିଲେ। ଅର୍ଥାଭାବରୁ ଚିକିତ୍ସିତ ହୋଇ ନ ପାରି ଚଳିତ ମାସ ୧୪ ତାରିଖରେ ସମ୍ଭାରୀ ପ୍ରାଣ ହରାଇଛନ୍ତି।
ବଡ ଝିଅ ଜାନକୀ ମୁଣ୍ଡା ବହୁ କଷ୍ଟରେ ମାଟ୍ରିକ ପାସ କରିଥିବା ବେଳେ ତା ତଳ ଝିଅ ବାଲମା ୯ମରେ ପଢୁଛନ୍ତି। ତୃତୀୟ ଝିଅ ମେ ୮ମରେ ଏବଂ ୪ର୍ଥ ଝିଅ ମଙ୍ଗୁଳି ୭ମରେ ପଢୁଛନ୍ତି। ୫ମ ପୁଅ କୃପାସିନ୍ଧୁ ୩ୟ ଓ ୬ଷ୍ଠ ଝିଅ ଲିଲିମଣୀ ମୁଣ୍ଡା ୨ୟ ଶ୍ରେଣୀରେ ପଢୁଥିଲେ। ବାପା ପରେ ମା’ଙ୍କ ଦେହାନ୍ତ ପରେ ଅନାଥ ଶିଶୁ ମାନେ ଏବେ ପାଠ ଛାଡି ପେଟ ପାଇଁ ମୂଲମଜୂରୀ (ଶିଶୁଶ୍ରମିକ) କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଭଳି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ସାମାଜିକ କର୍ମୀ କେଦାର ଆରୁକ ସେମାନଙ୍କୁ ବୁଝାଶୁଝା କରି ଅନାଥାଶ୍ରମରେ ବା ଆଶ୍ରମ ବିଦ୍ୟାଳୟରେ ରହି ପାଠ ଜାରି ରଖିବାକୁ କହିଥିଲେ। କନ୍ୟା ରତନ, କର ଯତନ ସ୍ଲୋଗାନ ଦିଆଯାଉଥିବା ବେଳେ ଏହି ଆଦିବାସୀ କନ୍ୟା ଶିଶୁ ମାନେ ସରକାରୀ ସହାୟତାରୁ ବଞ୍ଚିତ ରହୁଥିବାରୁ ଅସନ୍ତୋଷ ଦେଖାଦେଉଛି ା ଘରର ମୂରବୀଙ୍କ ଦେହାନ୍ତ ପରେ ନ୍ୟାଶନାଲ ଫ୍ୟାମିଲି ବେନିଫିଟ ଯୋଜନାରେ ସହାୟତା ବ୍ୟବସ୍ଥା ଥିଲେ ମଧ୍ୟ ଏହି ଅନାଥ ଶିଶୁମାନଙ୍କୁ କୌଣସି ପ୍ରକାର ସହାୟତା ମିଳୁ ନାହିଁ। ଏଣୁ ଏନେଇ ତୁରନ୍ତପଦକ୍ଷେପ ନେବାକୁ ଦାବି ହେଉଛି ା ଶିଶୁ କଲ୍ୟାଣ ସମିତି ଏନେଇ ତୁରନ୍ତ ପଦକ୍ଷେପ ନେଇ ଅନାଥ ଶିଶୁଙ୍କୁ ସହାୟତା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri