Posted inଜାତୀୟ

୬୦ ବର୍ଷରେ ୪୦% ଚନ୍ଦ୍ର ଅଭିଯାନ ବିଫଳ

ନୂଆଦିଲ୍ଲୀ,୮ା୯(ପି.ଟି.): ଗତ ୬ ଦଶନ୍ଧି ମଧ୍ୟରେ ୪୦ ପ୍ରତିଶତ ଚନ୍ଦ୍ର ଅଭିଯାନ ମିଶନ ବିଫଳ ହୋଇଥିବା ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ‘ମୁନ୍‌ ଫ୍ୟାକ୍ଟ ଶିଟ୍‌’ରୁ ଜଣାପଡିଛି। ଏହି ସମୟ ମଧ୍ୟରେ ମୋଟ ୧୦୯ଟି ଚନ୍ଦ୍ର ଅଭିଯାନ ମିଶନ ହାତକୁ ନିଆଯାଇଥିବାବେଳେ ସେଥିରୁ ୬୧ଟି ସଫଳ ଓ ୪୮ଟି ବିଫଳ ହୋଇଛି। ଇସ୍ରୋ ପଠାଇଥିବା ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଯୋଜନା ଅନୁଯାୟୀ ସଫ୍ଟ ଲ୍ୟାଣ୍ଡିଂ କରିପାରିନାହିଁ । ଗତବର୍ଷ ଇସ୍ରାଏଲ୍‌ ଚନ୍ଦ୍ରକୁ ପଠାଇଥିବା ‘ବେରେଶିଟ୍‌’ ଲ୍ୟାଣ୍ଡିଂ ବେଳେ ଚନ୍ଦ୍ରପୃଷ୍ଠରେ ମାଡ଼ ହୋଇଥିଲା। ୧୯୫୮ରୁ ୨୦୧୯ ମଧ୍ୟରେ ଭାରତ ସମେତ ଆମେରିକା, ରୁଷିଆ, ଜାପାନ, ୟୁରୋପୀୟ ସଂଘ, ଚାଇନା ଓ ଇସ୍ରାଏଲ୍‌ ବିଭିନ୍ନ ସମୟରେ ଚନ୍ଦ୍ର ଅଭିଯାନ କରିଛନ୍ତି। ୧୯୫୮ ଅଗଷ୍ଟ ୧୭ରେ ଆମେରିକାର ପ୍ରଥମ ଚନ୍ଦ୍ର ମିଶନ ବିଫଳ ହୋଇଥିଲା। ୧୯୫୯ରେ ତତ୍କାଳୀନ ସୋଭିଏଟ୍‌ ରୁଷ୍‌ (ୟୁଏସ୍‌ଏସ୍‌ଆର)ର ମୁନ୍‌ ମିଶନ ‘ଲୁନା ୧’ ପ୍ରଥମ ସଫଳ ଚନ୍ଦ୍ର ଅଭିଯାନ। ୧୯୬୬ ଜାନୁୟାରୀରେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣରେ ୟୁଏସ୍‌ଏସ୍‌ଆର ସଫଳ ହୋଇଥିଲା। ଏହାର ୫ ମାସ ପରେ ଆମେରିକାର ସର୍ଭେୟର-୧ ସଫ୍ଟଲ୍ୟାଣ୍ଡିଂ କରିଥିଲା। ଏହା ପରେ ଆମେରିକାର ଆପୋଲୋ ୧୧ ମିଶନ ସବୁଠୁ ସଫଳ ହୋଇଥିଲା। ନୀଲ୍‌ ଆର୍ମଷ୍ଟ୍ରଙ୍ଗଙ୍କ ନେତୃତ୍ୱରେ ଆମେରିକାର ୩ ମହାକାଶଚାରୀ ଚନ୍ଦ୍ର ଅଭିଯାନରେ ଯାଇଥିଲେ। ଚନ୍ଦ୍ର ପୃଷ୍ଠରେ ମାନବ ପାଦ ରଖିବା ଏହା ଥିଲା ପ୍ରଥମ ସଫଳତା। ୧୯୭୯ ପର୍ଯ୍ୟନ୍ତ କେବଳ ଆମେରିକା ଓ ରୁଷିଆ ଚନ୍ଦ୍ର ଅଭିଯାନରେ ସାମିଲ ଥିଲେ। ସେମାନେ ୨୧ ବର୍ଷରେ ୯୦ ଥର ଚନ୍ଦ୍ର ଅଭିଯାନ କରିଥିଲେ। ୧୯୯୦ରେ ଜାପାନ ପ୍ରଥମେ ଚନ୍ଦ୍ରକୁ ଅର୍ବିଟର ପଠାଇଥିଲା। ୨୦୦୯ରୁ ୨୦୧୯ ମଧ୍ୟରେ ୫ଟି ମିଶନ ମଧ୍ୟରୁ ଆମେରିକାର ୩ଟି ଥିବାବେଳେ ଭାରତ ଓ ଇସ୍ରାଏଲ୍‌ର ଗୋଟିଏ ଲେଖାଏ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri