୬୦କି.ମି. ସାଇକେଲ ଚଳାଇ ଡ୍ୟୁଟିରେ ପହଞ୍ଚିଲେ ପୋଲିସ ଅଧିକାରୀ

କୋଲକାତା, ୧।୪: ସାରା ବିଶ୍ୱ ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ଜାରି ରଖିଛି। ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନା ବ୍ୟାପିବାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏଭଳି ସ୍ଥିତିରେ ଡାକ୍ତର, ମେଡିକାଲ ଷ୍ଟାଫ୍‌ ଓ ପୋଲିସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଲକ୍‌ଡାଉନ୍‌ ସମୟରେ କୋଲକାତାର ଜଣେ ଏଏସ୍‌ଆଇ ଅଧିକାରୀ ଡ୍ୟୁଟିରେ ଯୋଗଦେବା ପାଇଁ ପ୍ରାୟ ୬୦ କିଲୋମିଟର ସାଇକେଲ ଚଳାଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ଇକ୍‌ବାଲପୁର ଥାନାର ଏଏସ୍‌ଆଇ ପରିମଲ ମଜୁମଦାର ପ୍ରାଙ୍ଗନା ୨୪ରେ ରୁହନ୍ତି। ଲକ୍‌ଡାଉନ୍‌ ଯୋଗୁ ସେ ରବିବାର ରାତି ୧୨ଟାରେ ଘରୁ ବାହାରିଥିବା ବେଳେ ସୋମବାର ସକାଳ ୫ଟାରେ ଥାନାରେ ପହଞ୍ଚିଥିଲେ। ଇକ୍‌ବାଲଙ୍କ କାର୍ଯ୍ୟ ପ୍ରତି ସମର୍ପଣକୁ ଦେଖି ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ପ୍ରଂଶସା କରିଛନ୍ତି।

Share