୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ; ହାସଲ ହୋଇପାରେ ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬-୮: ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏନ୍‌ଡିଏ ସରକାର ଧାର୍ଯ୍ୟ କରିଥିବା ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରେ ବୋଲି ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଣବ ମୁଖାର୍ଜୀ ମତପ୍ରକାଶ କରିଛନ୍ତି।
ଆସୋସିଏଶନ ଅଫ୍‌ କର୍ପୋରେଟ ଆଡଭାଇଜର୍ସ ଆଣ୍ଡ ଏକ୍‌ଜିକ୍ୟୁଟିଭ୍ସ(ଏସିଏଇ) ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଇ ମୁଖାର୍ଜୀ କହିଛନ୍ତି ଯେ, ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)ରେ ଅଧିକ ସ୍ପଷ୍ଟତା ଆଣିବାକୁ ହେବ। ଗତବର୍ଷ ଅର୍ଥନୀତିରେ କିଛି ପରିମାଣରେ ମାନ୍ଦାବସ୍ଥାର ସଙ୍କେତ ଦେଖିବାକୁ ମିଳିଛି। ଫଳସ୍ବରୂପ ଜିଡିପି ଅଭିବୃଦ୍ଧି ହାର କମିଯାଇଛି। ସେ କହିଛନ୍ତି ଯେ, ଅର୍ଥନୀତିକୁ ଠିକ୍‌ ବାଟରେ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଭାବେ ପରିଚାଳନା କରାଗଲେ ୫ ଲକ୍ଷ କୋଟି ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ। ତେବେ ନିବେଶ ବିନା ଅର୍ଥନୀତି ବୃଦ୍ଧି ପାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସାମଗ୍ରୀ ଏବଂ ସେବା ଟିକସ ସମ୍ପର୍କରେ ଉଲ୍ଲେଖ କରି ମୁଖାର୍ଜୀ କହିଛନ୍ତି ଯେ, ଜିଏସ୍‌ଟି ଲାଗୁ ହେବା ଦ୍ୱାରା ଅନେକ ପ୍ରକାର ଟିକସ ଶେଷ ହୋଇଛି। ତେବେ ଏ ଦିଗରେ ସରକାରଙ୍କ ପକ୍ଷରୁ ଅଧିକ ସ୍ପଷ୍ଟତା ଆସିବା ଦରକାର। ଫଳରେ ଏହାକୁ ପାଳନ କରିବା ସହଜ ହେବ। ବର୍ତ୍ତମାନର ଡଲାର-ଟଙ୍କାର ବିନିମୟ ମୂଲ୍ୟକୁ ବଜାୟ ରଖିବା ଉପରେ ସେ ଜୋର୍‌ ଦେଇଥିଲେ। କର୍ପୋରେଟ ଜାଲିଆତି ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଚିନ୍ତାବ୍ୟକ୍ତ କରି ସେ କହିଛନ୍ତି ଯେ, ଗତକିଛି ବର୍ଷ ହେଲା ଏଭଳି ଠକାମୀ ବେଶ ବୃଦ୍ଧି ପାଇଛି। ସୂଚନାଥାଉ କି, ବର୍ତ୍ତମାନ ଅର୍ଥନୀତି ଆକାର ହିସାବରେ ଭାରତ ୭ମ ସ୍ଥାନରେ ରହିଛି। ୨୦୧୭ରେ ଦେଶ ୫ମ ସ୍ଥାନରେ ରହିଥିଲା। ଗତବର୍ଷ ଅର୍ଥନୀତି ଧିମା ପଡିବା କାରଣରୁ ଭାରତ ତଳକୁ ଖସିଯାଇଛି। ବିଶ୍ୱବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୮ରେ ବ୍ରିଟେନ ଓ ଫ୍ରାନ୍ସର ଅର୍ଥନୀତି ଭାରତଠାରୁ ଅଧିକ ଅଭିବୃଦ୍ଧି ହାସଲ କରିଥିଲା। ଏହି କାରଣରୁ ସେମାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଏକ ସ୍ଥାନ ଉନ୍ନତି ହୋଇଛି। ବ୍ରିଟେନ ୫ମ ଓ ଫ୍ରାନ୍ସ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଉଲ୍ଲେଖଥାଉ କି, ଅର୍ଥନୀତିକୁ ଦ୍ରୁତତର କରିବା ଲାଗି ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବା ସହ ଅଟୋ ଉଦ୍ୟୋଗ ଲାଗି ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି। ସେହିପରି ଲୋକଙ୍କ ହାତରେ ଅଧିକ ଅର୍ଥ ପହଞ୍ଚାଇବା ଲାଗି ବ୍ୟାଙ୍କ ସୁଧ ହାରକୁ ରେପୋ ରେଟ୍‌ ସହ ସଂଯୋଗ କରାଯିବ ବୋଲି ସେ କହିଛନ୍ତି। ଏହାଦ୍ୱାରା ଋଣ ଶସ୍ତା ହେବ ଓ ଲୋକେ ଆଗ୍ରହର ସହିତ ସାମଗ୍ରୀ କିଣିବେ। ଫଳରେ ଶିଳ୍ପ ଅଭିବୃଦ୍ଧି ଦ୍ରୁତତର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri