Posted inଜାତୀୟ

୫ ବର୍ଷରେ ୭୧ ହଜାର କୋଟି ବ୍ୟାଙ୍କ ଦୁର୍ନୀତି: କର୍ମଚାରୀଙ୍କ ଜାଣତରେ ଲୁଟ ହୋଇଛି ୬୫ ହଜାର କୋଟି

ନୂଆଦିଲ୍ଲୀ, ୯।୭: ଗତ ୫ ବର୍ଷରେ ଦେଶର ବିଭିନ୍ନ ବ୍ୟାଙ୍କରେ ୭୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ସେଥିମଧ୍ୟରୁ କେବଳ ୬୪ ହଜାର କୋଟି ଟଙ୍କା ଲୁଟ୍‌ କର୍ମଚାରୀଙ୍କ ଜାଣତରେ ହୋଇଛି। ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଗତ ୫ ବର୍ଷରେ କେତେ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଛି ପ୍ରଶ୍ନର ଉତ୍ତରରେ ସେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ୨୦୧୪-୧୫ରେ ୨,୬୩୦ଟି ଦୁର୍ନୀତି ଘଟଣା ଘଟିଥିବାବେଳେ ଏଥିରେ ୨୦,୦୦୫ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ସେହିପରି ୨୦୧୫-୧୬ରେ ୨,୨୯୯ଟି ମାମଲାରେ ୧୫,୧୬୩ କୋଟି, ୨୦୧୬-୧୭ରେ ୧,୭୪୫ ମାମଲାରେ ୨୪,୨୯୧ କୋଟି, ୨୦୧୭-୧୮ରେ ୧,୫୪୫ ମାମଲାରେ ୬,୯୧୬ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ୨୦୧୮-୧୯ରେ ୭୩୯ ମାମଲାରେ ୫, ୧୪୯ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅର୍ଥ ରାଷ୍ଟ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ବ୍ୟାଙ୍କ ଦୁର୍ନୀତିରେ ଅଙ୍କୁଶ ଲଗାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri