୫ ଦିନରେ ୩ ହଜାର ଫୁଟ ଉଚ୍ଚା ପାହାଡ଼ ଚଢ଼ିଲେ ୧୦ ବର୍ଷ ବୟସ୍କା ବାଳିକା

କାଲିଫର୍ନିଆ,୧୭।୧୨: ଜଣେ ୧୦ ବର୍ଷ ବୟସ୍କା ବାଳିକା କାଲିଫର୍ନିଆର ୩ ହଜାର ଫୁଟ ଉଚ୍ଚା ପାହାଡ଼ ଇଏଲ୍‌ କ୍ୟାପଟେନ୍‌ ପାହାଡ଼ ଚଢ଼ି ରେକର୍ଡ କରିଛନ୍ତି। ସ୍ଥାନୀୟ ୟୋସେମିତେ ପାର୍କରେ ଏହି ପାହାଡ଼ ଅବସ୍ଥିତ। ସେଲାହ ସ୍କେନେତର ନାମକ ଏହି କୁନି ପର୍ବତ୍ୟାରୋହୀ ପିତା ମାଇକ୍‌ଙ୍କ ସହିତ ମାତ୍ର ୫ ଦିନରେ ଏପରି କରିଛନ୍ତି। ଏହି ପାହାଡ଼ ଚଢ଼ିବା ସମୟରେ ଇତିମଧ୍ୟରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସେଲାହ ସହଜରେ ପାହାଡ଼ ଚଢ଼ିଥିବା କହିଛନ୍ତି। ପାହାଡ଼ ଚଢୁଚଢୁ କେତେବେଳେ ଶିଖରରେ ପହଞ୍ଚିଯାଇଥିଲୁ ତାହା ଜଣାପଡ଼ି ନ ଥିଲା ବୋଲି ସେଲାହ ପ୍ରକାଶ କରିଛନ୍ତି।

Share