୫ ଦିନରେ ବି ସରିଲାନି ଶ୍ରୀଲିଙ୍ଗରାଜଙ୍କ ଜମି ଚିହ୍ନଟ ପ୍ରକ୍ରିୟା: ଚିହ୍ନଟ ହୋଇପାରୁନି ମୁଖ୍ୟସ୍ଥାନ

ଭୁବନେଶ୍ୱର/ପୁରୁଣା ଭୁବନେଶ୍ୱର,୨୦ା୧୦(ବ୍ୟୁରୋ/ଡି.ଏନ୍‌.ଏ.): ଶ୍ରୀ ଲିଙ୍ଗରାଜଙ୍କ ଜମି ଚିହ୍ନଟ ସର୍ଭେ କାର୍ଯ୍ୟ ଚାଲିଛି। କିନ୍ତୁ ମନ୍ଦିର ପ୍ରଶାସନର ଆନ୍ତରିକତା ମନୋଭାବ ଅଭାବ ଯୋଗୁ ୫ଦିନ ବିତିଥିଲେ ମଧ୍ୟ ସର୍ଭେ କାର୍ଯ୍ୟ ସରିପାରୁ ନାହିଁ। ମନ୍ଦିର ପ୍ରଶାସନର ନେତୃତ୍ୱରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ସାଧାରଣ ପ୍ରଶାସନ ବିଭାଗ, ରାସ୍ତା ଓ କୋଠାବାଡ଼ି ବିଭାଗ ମିଳିତ ଭାବେ ଏହି ସର୍ଭେ କରୁଛି। କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ମନ୍ଦିର ପ୍ରଶାସନର ଉଦାସୀନତା ସ୍ପଷ୍ଟ ବାରି ହୋଇପଡ଼ୁଥିବା ସାମ୍ନାକୁ ଆସିଛି। ଏବେ ବି ମନ୍ଦିର ପାର୍ଶ୍ୱରେ ଥିବା ମୁଖ୍ୟ ସ୍ଥାନଗୁଡ଼ିକର ମାପଚୁପ୍‌ ବାକିଥିବା ବିଡିଏ ପକ୍ଷରୁ ଜଣାପଡ଼ିଛି। ବିଡିଏର ଜନୈକ ଅଧିକାରୀ କହିଛନ୍ତି, ଖାଲି ଯଦି ମନ୍ଦିର ପାର୍ଶ୍ୱକୁ ସର୍ଭେ କରାହୁଅନ୍ତା ତେବେ ସମସ୍ତ କାର୍ଯ୍ୟ ସମୟ ମଧ୍ୟରେ ସରନ୍ତା। କିନ୍ତୁ ଏଠାରେ ମନ୍ଦିର ପାର୍ଶ୍ୱ ସହ ମନ୍ଦିର ଜମି ଓ ଘରୋଇ ଜମିଗୁଡ଼ିକୁ ଚିହ୍ନଟ କରାଯାଉଥିବାରୁ କାର୍ଯ୍ୟ ସରିବାରେ ବିଳମ୍ବ ହେଉଛି। କାର୍ଯ୍ୟଟି ୪ ବିଭାଗର କର୍ମଚାରୀଙ୍କ ଦ୍ୱାରା କରାଯାଉଥିଲେ ମଧ୍ୟ ତାହା ଶେଷ ହୋଇପାରୁନି। ସୋମବାର ଆଉ ୩ଦିନ ସର୍ଭେ ପାଇଁ ଆବେଦନ କରାଯିବ। ଏହାପରେ ଜିଲା ପ୍ରଶାସନକୁ ଚୂଡ଼ାନ୍ତ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି।

ଶନିବାର ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପୂବାହ୍ନରେ ମିଳିତ ଟିମ୍‌ ଧର୍ମଶାଳା-ଦ୍ୱାରବାସିନୀ, କୋଟିତୀର୍ଥ ଲେନର ଇଲେକ୍ଟ୍ରି ସବଷ୍ଟେଶନ ଅଫିସ୍‌ ପର୍ଯ୍ୟନ୍ତ, ଗଙ୍ଗାଯମୁନା ରାସ୍ତା, ଦ୍ୱାରବାସିନୀଠାରୁ ବିନ୍ଦୁସାଗର ରାସ୍ତାର ଦକ୍ଷିଣପାର୍ଶ୍ୱ ଦେଇ ତରଙ୍ଗ କ୍ଲବ ପର୍ଯ୍ୟନ୍ତ ସର୍ଭେ କରିଥିଲା। ଏଥିରେ ମୋଟ ୨୦ଟି ଜବରଦଖଲ ପ୍ଲଟ ଚିହ୍ନଟ ହୋଇଥିଲା। ତନ୍ମଧ୍ୟରୁ ୨ଟି ଜାଗା ଗୁରୁତ୍ୱପୂର୍ଣ୍ଣ ଥିଲା। ଗୋଟିଏ ଶତକଡ଼ା ୪୦% ଏବଂ ଅନ୍ୟଟି ୧୦୦% ଜବରଦଖଲରେ ରହିଛି ବୋଲି ଟିମ୍‌ ଜାଣିବାକୁ ପାଇଥିଲା।

ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବାବେଳେ ଜବରଦଖଲକାରୀମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଠାକୁରଙ୍କ ଅନ୍ୟ ସ୍ଥାନରେ ବି ଜବରଦଖଲ ରହିଥିବା ଜାଗାକୁ ସର୍ଭେ କରାଯାଇ ଜବରଦଖଲ ମୁକ୍ତ କରିବାକୁ ଦାବି ହେଉଛି। ଏଭଳି ଦାବିକୁ ଏହି ମିଳିତ ଟିମ୍‌ ଗ୍ରହଣ କରି ପୁନର୍ବାର ସର୍ଭେ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…

ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ

ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ସ୍ତ୍ରୀ ଚରିତ୍ରକୁ ସନ୍ଦେହ କଲେ ସ୍ବାମୀ, ଝଗଡା ପରେ ଛୁରି ଭୁଷିଦେଲେ

ଭୁବନେଶ୍ୱର,୧୬।୪(ତ୍ରିନାଥ ମହାନ୍ତି): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଛୁରୀ ମାଡ଼ କରିଛନ୍ତି । ଫଳରେ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri