Posted inବୌଦ୍ଧ

୫ ଜଣଙ୍କୁ ନେଇ ହେବ ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା  

ମନମୁଣ୍ଡା,୨୯।୫ (ଡି.ଏନ.ଏ.)- ଚଳିତବର୍ଷ କରୋନା କଟକଣା ଯୋଗୁ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡାଠାରେ ଥିବା ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା ରୀତିନୀତି ପୂଜକଙ୍କ ସମେତ ୫ ଜଣଙ୍କୁ ନେଇ କରାଯିବ ା ମନମୁଣ୍ଡା ରଥ କମିଟି ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ା ୧୫୦ ବର୍ଷ ତଳର ଶ୍ରୀଦଧିବାମନଜୀଉ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ରହିଛି ା ପ୍ରତିବର୍ଷ ଏଠାରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ା ଆସନ୍ତା ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ପଡୁଥିବାରୁ ରଥ କମିଟି ତରଫରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ରାଧେଶ୍ୟାମ ସାହୁଙ୍କ ଆବାହକତ୍ୱରେ ମନମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ବୈଠକରେ ରଥ କମିଟି ସଭାପତି ବିପ୍ରଚରଣ ବେହେରା ସଭାପତିତ୍ୱ କରିଥିଲେ । ଏଥିରେ କମିଟିର ସମ୍ପାଦକ ଗଣେଶ ଲୋଇ, କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର, ସଭ୍ୟ ରାଜା ଅଗ୍ରୱାଲ, ଚନ୍ଦ୍ରଶେଖର ମେହେର, ଦଶରଥ ମେହେର, ନିରଞ୍ଜନ ହୋତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ବର୍ତ୍ତମାନ କରୋନା କଟକଣା ନେଇ ଧାର୍ମିକ ଉତ୍ସବକୁ ସରକାର ବନ୍ଦ କରିଥିବାରୁ କମିଟି ତରଫରୁ ବୌଦ୍ଧ ଉପଜିଲାପାଳଙ୍କ ସହ ଆଲୋଚନା ହୋଇଥିଲା ା ଏହି ଆଲୋଚନା ପରେ ମନ୍ଦିର ପୂଜକ ଗୋପୀନାଥ ହୋତା ଓ ୨ଜଣ ବ୍ରାହ୍ମଣ ସମେତ ମୋଟ ୫ଜଣଙ୍କ ଉପସ୍ଥିତିରେ ମାକ୍ସ ଲଗାଇ ସାମାଜିକ ଦୂରତା ଅବଳମ୍ବନ ପୂର୍ବକ କେବଳ ପୂଜା ଓ ରୀତିନୀତି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବାଦ୍ୟ, ଘଣ୍ଟ, ମାଇକ ବଜାକୁ ବନ୍ଦ କରାଯିବା ସହ ଭକ୍ତମାନେ ଗହଳି ନ କରିବା ପାଇଁ ସ୍ଥିର ହୋଇଛି । ସେହିପରି ରଥଯାତ୍ରା ଉପଲକ୍ଷେ ଠାକୁରଙ୍କ ସବୁ ରୀତିନୀତି ଚାଲୁ ରହିଥିବ ା
ସରକାର ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଲେ ତଥା ଏପଟେ ବୌଦ୍ଧ ଜିଲାପାଳ ବୌଦ୍ଧରେ ଅନୁମତି ଦେଲେ ରଥ ଟଣାଯିବ । ନଚେତ୍‌ ରଥଯାତ୍ରା ହେବ ନାହିଁ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଘରକୁ ଫେରିବାବେଳେ ଅଟକାଇ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଜଣେ ଗୁରୁତର

ବଘିଆପଡ଼ା,୯ା୩(ଶ୍ରୀକାନ୍ତ ସାହୁ): ବୌଦ୍ଧ ଜିଲା ହରିପୁର ଛକରେ ଏକ ହତ୍ୟାକାଣ୍ଡ ହୋଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୌଦ୍ଧ…

ବାହାଘରର ୨ ଦିନ ପରେ ପ୍ରେମିକ ସହ ଛୁ’ ନବବଧୂ: ସ୍ବାମୀ ଏତଲା ଦେବାପରେ ଘଟିଲା..

ବୌଦ୍ଧ, ୨୮।୨(ଅଜିତ କୁମାର ବାରିକ): ବାହାଘରର ୨ ପରେ ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଛନ୍ତି ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲାରେ। ସ୍ବାମୀ ଥାନାରେ…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ

ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri