୫ ଚୋରା ମଦ ବେପାରି ଗିରଫ

ପାଟଣା,୨୧।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ତୁରୁମୁଙ୍ଗା ଥାନାର ଖିରେଇଟାଙ୍ଗିରି ଓ ଦାଶରଥୀପୁର ଗ୍ରାମରେ ଚଢ଼ାଉ କରି ୧୩୦ ଲିଟର ମହୁଲି ମଦ ଜବତ କରିବା ସହ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଛି। ଏଥିସହ ଏହି ବେଆଇନ ମଦ ବେପାର ସମ୍ପୃକ୍ତି ଅଭିଯୋଗରେ ୫ ଜଣ ବ୍ୟକ୍ତିଙ୍କୁ ଅବକାରୀ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ଖିରେଇଟାଙ୍ଗିରି ଗ୍ରାମର ଶକୁନ୍ତଳା ମୁଣ୍ଡା , ଦାଶରଥିପୁର ଗ୍ରାମର ରିତା ହେମ୍ରମ, ବାବୁରାମ ମାଝୀ,କାଜଲ ମାଝୀ ଓ ଟୁନୁ ମୁଣ୍ଡା। ଏହି ଚଢ଼ାଉରେ ଘଟଗାଁ ଅବକାରୀ ଅଧିକାରୀ ଜଗନ୍ନାଥ ମିଶ୍ର, ପାଟଣା ଅବକାରୀ ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର ତଣ୍ଡି ,ଏଏସଆଇ ପୁଷ୍ପଲତା ଗୋସ୍ବାମୀ ଓ ଜନାର୍ଦ୍ଦନ ପଲେଇ ପ୍ରମୁଖ ସାମିଲଥିଲେ।