Categories: ଜାତୀୟ

୫ ଏକର ଜମି ମିଳିଲେ ରାମଙ୍କ ନାମରେ ହସ୍ପିଟାଲ ନିର୍ମାଣ କରିବ ଶିହା ଓ୍ବାକଫ୍‌ ବୋର୍ଡ

ନୂଆଦିଲ୍ଲୀ,୨୫।୧୧: ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ରାମ ଜନ୍ମଭୂମି ମାମଲାରେ ୫ ଏକର ଜମି ଅଯୋଧ୍ୟା ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଏହାକୁ ନେଇ ଶିହା ଓ୍ବାକଫ୍‌ ବୋର୍ଡ ଅଧ୍ୟକ୍ଷ ଓ୍ବାସିମ୍‌ ରିଜ୍‌ଭି କହିଛନ୍ତି ଯେ, ଯଦି ଜମିକୁ ସୁନ୍ନି ଓ୍ବାକଫ୍‌ ବୋର୍ଡ କିମ୍ବା ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ୍‌ ଲ ବୋର୍ଡ ନେବାକୁ ଅମଙ୍ଗ ହୁଅନ୍ତି ତେବେ ଏହାକୁ ଶିହା ଓ୍ବାକଫ୍‌ ବୋର୍ଡକୁ ଦେଇଦେବା ଆବଶ୍ୟକ। ଏହି ଜମି ଉପରେ ଶିହା ଓ୍ବାକଫ୍‌ ବୋର୍ଡ ରାମଙ୍କ ନାମରେ ଏକ ହସ୍ପିଟାଲ ନିର୍ମାଣ କରିବ। ସେଠାରେ ମଧ୍ୟ ଏକ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ୱାରା ନିର୍ମାଣ କରାଯିବ ବୋଲି ରିଜ୍‌ଭି ମତ ଦେଇଛନ୍ତି।

Share