Posted inପୁରୀ

୫୮ ଦିନ ପରେ ଘରକୁ ଫେରିଲେ ଛତିଶଗଡ଼ ଶ୍ରମିକ

ସାକ୍ଷୀଗୋପାଳ, ୨୪ା୫(ଡି.ଏନ.ଏ)- ଲକଡାଉନ ଯୋଗୁ ସତ୍ୟବାଦୀ ବ୍ଲକ କାଦୁଆ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଛତିଶଗଡ଼ ରାଜ୍ୟର ୭ଟି ଶ୍ରମଜୀବୀ ପରିବାରର ୩୫ଜଣ ସଦସ୍ୟ ୫୮ ଦିନ ପରେ ରବିବାର ନିଜ ଘରକୁ ଫେରିଛନ୍ତି। ଏକ ସ୍ବତନ୍ତ୍ର ବସ୍‌ରେ ସେମାନଙ୍କୁ ଭୁବନେଶ୍ୱର ପଠାଯାଇଛି। ଭୁବନେଶ୍ୱରରୁ ସେମାନେ ଟ୍ରେନରେ ନିଜ ଘରକୁ ଫେରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଜିଲା ଶ୍ରମ ଅଧିକାରୀ ଦିଲୀପ କୁମାର ପାଣି, ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ, କାଦୁଆ ସରପଞ୍ଚ ସୁବାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରମିକମାନଙ୍କୁ ଫେରିବା ନେଇ ସୁବିଧା ଯୋଗାଇ ଦେଇଥିଲେ। ପେଟପାଟଣା ପାଇଁ ସେମାନେ ଏଠାରେ ରାଜମିସ୍ତ୍ରି, ହେଲପର ଭାବେ କାମ କରୁଥିବା ବେଳେ ମହିଳା ଓ ଛୋଟପିଲାମାନେ ଗ୍ରାମାଞ୍ଚଳରେ ଚୁଡି ଶଙ୍ଖା ଆଦି ବିକ୍ରୟ କରି ଜୀବିକା ନିର୍ବାହ କରୁଥିଲେ। ଲକଡାଉନ ଯୋଗୁ ସେମାନେ ଫସି ରହିଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ କାଦୁଆ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ଦିଆଯିବା ସହ ଖାଦ୍ୟପେୟ ଯୋଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

୧.୫ ବର୍ଷର ନିଜ ଝିଅକୁ ଗଛରେ ଝୁଲାଇ ହତ୍ୟା କଲା ପିଶାଚୀ ମା’

ପୁରୀ,୫।୧୨: ପାରିବାରିକ କଳହର ଏକ ଅତ୍ୟନ୍ତ ଦୁଃଖଦ ପରିଣାମରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା...

ଲୁଟ ଘଟଣାର ପର୍ଦ୍ଦାଫାଶ: ୭୮ ଲକ୍ଷର ସୁନା, ଟଙ୍କା ଜବତ

ପୁରୀ,୨।୧୨: ପୁରୀ ଜିଲା ଚନ୍ଦନପୁର ଜୁଏଲାରୀ ମାଲିକଙ୍କଠାରୁ ହୋଇଥିବା ଲୁଟ୍‌ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ...

ଆରମ୍ଭ ହେଲା କୋଣାର୍କ ଉତ୍ସବ

କୋଣାର୍କ,୨ା୧୨(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆରମ୍ଭ ହୋଇଛି  ୩୬ତମ କୋଣାର୍କ ଉତ୍ସବ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ,...

ବାରବାଟୀ T20 ମ୍ୟାଚର ପ୍ରଥମ ଟିକେଟ୍ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କଲା OCA

ପୁରୀ, ୩୦।୧୧: ଆଗାମୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ T20 ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ରବିବାର ଓଡ଼ିଶା କ୍ରିକେଟ୍...

କେମିତି ତିଆରି ହୋଇଥିଲା ବଡ଼ଦେଉଳ, କହିଲେ ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର

ଓଡ଼ିଶାର ଗୌରବ ତଥା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଶ୍ରୀ ମନ୍ଦିର (ବଡ଼ଦେଉଳ) ନିର୍ମାଣ ରହସ୍ୟ ଓ ଏହାର ସଂରକ୍ଷଣ ବିଷୟରେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା...

ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୨୮ା୧୧: ଶୁକ୍ରବାର ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ଦର୍ଶନ ବେଳେ ଚାଙ୍ଗଡ଼ା ଘର ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିଦେଇଥିଲେ। ଏହା ପରେ ମହାପ୍ରଭୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri