୫୭ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ମାଲକାନଗିରି,୧୭ା୫(ଡି.ଏନ୍‌.ଏ.)-ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଓ ବିହାରକୁ ୫୭ଜଣ ଶ୍ରମିକ ସାଇକେଲ ଯୋଗେ ଯାଉଥିବା ଜିଲା ପ୍ରଶାସନ ନଜରକୁ ଆସିବା ପରେ ସେମାନଙ୍କୁ ରବିବାର ଏକ ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ରାଜ୍ୟକୁ ପଠାଯାଇଛି। ହାଇଦ୍ରାବାଦରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏହି ୩ ରାଜ୍ୟର ଶ୍ରମିକମାନେ ହାଇଦ୍ରାବାଦରୁ ନିଜ ରାଜ୍ୟକୁ ଫେରୁଥିଲେ। ସେମାନଙ୍କୁ ସୀମାନ୍ତ ମୋଟୁଠାରେ ଅଟକାଇ ଖାଦ୍ୟପେୟ ସହ ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା। ପରେ ସେମାନଙ୍କୁ ମାଲକାନଗିରି ଅଣାଯାଇଥିଲା। ମାଲକାନଗିରି ଜିଲାରେ ଥିବା ପଶ୍ଚିମବଙ୍ଗର ୯ ଜଣ ଶ୍ରମିକଙ୍କ ସହ ଏମାନଙ୍କୁ ଦୁଇଟି ବସ୍‌ ଯୋଗେ ନିଜ ରାଜ୍ୟକୁ ପଠାଯାଇଛି ା ଏହି ସମୟରେ ପିଡି ବାଳମୁକୁନ୍ଦ ଭୂୟଁା, ତହସିଲଦାର ଡ. ଗୁଣନିଧି ନାୟକ, ନିର୍ବାହୀଯନ୍ତ୍ରୀ ଏ. ବାରାପ୍ରସାଦ ରାଓ, ଜିଲା ଶ୍ରମ ଅଧିକାରୀ ମଦନମୋହନ ପାଇକ ଉପସ୍ଥିତ ଥିଲେ।