୫୭ ବର୍ଷରେ ବି ଫିଟ୍‌ ଅଛନ୍ତି ନୀତା ଅମ୍ବାନୀ: ଜାଣନ୍ତୁ କିପରି…

ବର୍ତ୍ତମାନ ସମୟରେ ଯୁବର୍ଗଙ୍କ ପାଇଁ ମୋଟାପଣ ଏକ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି। ବୟସ୍କ ଲୋକମାନଙ୍କ ମେଦ ବୃଦ୍ଧ ଘଟିଲେ ସେମାନେ ଓଜନ କମ୍‌ କରିବାକୁ ଚେଷ୍ଟା କରନ୍ତି ନାହିଁ। ମାତ୍ର ଏମିତି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ୪୦ ବର୍ଷ ପରେ ମଧ୍ୟ ଯୁବବର୍ଗକୁ ଟକ୍କର ଦେଉଛନ୍ତି। ସେମାନେ ହେଲେ ଅନୀଲ କପୁର, ନୀତା ଅମ୍ବାନୀ, ଶିଳ୍ପା ଶେଟ୍ଟୀ, ଫରଦୀନ ଖାନ୍‌, ଅଦନାନ ସାମୀ ପ୍ରମୁଖ। ଲୋକମାନେ ନିଜର ପ୍ରିୟ କଳାକାରଙ୍କୁ ଦେଖିବା ପରେ ସେମାନେ କିପରି ନିଜକୁ ଫିଟ୍‌ ରଖୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରନ୍ତି। ତେବେ ଜାଣିବା ଦେଶର ସବୁଠାରୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ଫିଟ୍‌ନେସ୍‌ ବିଷୟରେ।
ବିବାହ ସମୟରେ ନୀତାଙ୍କ ଓଜନ ଥିଲା ୪୭ କେଜି। ମାତ୍ର ୩ ପିଲାଙ୍କ ଜନ୍ମ ପରେ ତାଙ୍କର ଓଜନ ୯୦ କେଜି ବଢ଼ିଯାଇଥିଲା। ତେବେ ଓଜନ କମ୍‌ କରିବା ପାଇଁ ସେ ଅଧିକ ଫଳ, ପନିପରିବା, ବାଦାମ ଖାଇବା ଆରମ୍ଭ କରିଥିଲେ। ଏଥିସହ ସେ ନିୟମିତ ବ୍ୟାୟାମ ମଧ୍ୟ କଲେ। ଏଥିରେ ଯୋଗ, ସୁଇମିଙ୍ଗ୍‌, ଜିମ୍‌କୁ ସେ ପ୍ରାଧାନ୍ୟ ଦେଉଥିଲେ। ପ୍ରତିଦିନ ସକାଳେ ସେ ୪୦ ମିନିଟ ଯୋଗ, ସୁଇମିଙ୍ଗ୍‌ ଏବଂ ବ୍ୟାୟାମ କରିଥାନ୍ତି। ସନ୍ଧ୍ୟାରେ ମଧ୍ୟ ସେ ୩୦ ମିନିଟ ବ୍ୟାୟାମ କରିଥାନ୍ତି। ନୀତାଙ୍କ ଦିନ ବାଦାମ ଏବଂ ଅଖରୋଟ ଖାଇବାରୁ ଆରମ୍ଭ ହୋଇଥାଏ। ସକାଳ ଜଳଖିଆରେ ସେ ଅମଲେଟ୍‌ର ଧଳା ଅଂଶ ଖାଇଥାନ୍ତି। ସେହିପରି ମଧ୍ୟାହ୍ନ ଭୋଜନରେ ସବୁଜ ପନିପରିବା ଏବଂ ସୁପ୍‌ ଖାଇବାକୁ ପସନ୍ଦ କରନ୍ତି। ସନ୍ଧ୍ୟା ସାଢ଼େ ୪ଟାରେ ନୀତା ପନିର କିମ୍ବା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଥାନ୍ତି। ରାତିରେ ସବୁଜ ପରିବା, ସୁପ୍‌ ଏବଂ ଗଜା ଜିନିଷ ଖାଆ
ଏଥିସହ ସେ ଓଜର କମ୍‌ କରିବା ପାଇଁ ବିଟ୍‌ ଜୁଷ୍‌ ପିଇବା ସହ ନୃତ୍ୟ କରିଥାନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri