୫୫ରେ ପାଦ ଥାପିଲେ ସୀମା ବିଶ୍ୱାସ: ବ୍ୟାଣ୍ଡିଟ୍‌ କୁଇନ୍‌ ଫିଲ୍ମର ଶୁଟିଂ ପରେ ସାରା ରାତି କାନ୍ଦିଥିଲେ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ଜାନୁୟାରୀ ୧୪ରେ ଆସାମର ନଲବାରିଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ଶେଖର କପୁରଙ୍କ ଫିଲ୍ମ ବ୍ୟାଣ୍ଡିଟ୍‌ କୁଇନ୍‌ରେ ସୀମା ଡାକୁରାଣୀ ଫୁଲନ ଦେବୀ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ନ୍ୟୁଡ୍‌ ସିନ୍‌ ଶୁଟିଂ ପରେ ସୀମା ସାରା ରାତି କାନ୍ଦିଥିଲେ। ତାଙ୍କର ନିଖୁଣ ଅଭିନୟରେ ପୁରା ଶୁଟିଂ ୟୁନିଟ୍‌ ମଧ୍ୟ କାନ୍ଦି ପକାଇଥିଲା। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ କଳାକାର ପୁରସ୍କାରରେ ସମ୍ମାନୀତ ହୋଇଥିଲେ। ଏହାପରେ ସେ ଓ୍ବାଟର ଭଳି ଅନେକ ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ୨୦୦୩ରେ ସେ ନିଖିଳେଶ ଶର୍ମାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତେବେ ୨୦୦୭ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା।

Share