୫୩ ଦେଶରେ ୩୩୩୬ ଭାରତୀୟଙ୍କୁ କରୋନା

ନୂଆଦିଲ୍ଲୀ,୧୭।୪: ୫୩ ଦେଶରେ ମୋଟ ୩୩୩୬ ଜଣ ଭାରତୀୟ କରୋନାରେ ସଂକ୍ରମିତ ହୋଇଥିବାବେଳେ ୨୫ ଜଣଙ୍କ ମୃତ୍ୟୁ ହେଲାଣି। ବିଦେଶରେ ଅଟକିଥିବା ଭାରତୀୟଙ୍କୁ ଧୈର୍ଯ୍ୟ ରଖିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ବୃହତ୍ତର ନୀତିଗତ ନିଷ୍ପତ୍ତି ସ୍ବରୂପ ବିଦେଶରୁ ଭାରତୀୟଙ୍କୁ ଫେରାଇ ଅଣାଯାଇ ପାରୁ ନ ଥିବା ସରକାରୀ ସୂତ୍ରରୁ କୁହାଯାଇଛି। ସରକାର ୫୫ଟି ଦେଶକୁ ବ୍ୟବସାୟିକ ଭିତ୍ତିରେ ଓ ସହାୟତା ସ୍ବରୂପ ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେହିପରି ଭାରତ ଦକ୍ଷିଣ କୋରିଆ ଓ ଚାଇନାରୁ ପରୀକ୍ଷା କିଟ୍‌ ମଗାଇଥିବାବେଳେ ଜର୍ମାନୀ, ଆମେରିକା, ବ୍ରିଟେନ, ମାଲେସିଆ, ଜାପାନ ଓ ଫ୍ରାନ୍ସରୁ ଡାକ୍ତରୀ ଉପକରଣ କିଣିବାକୁ ଯୋଜନା କରିଛି।

Share