Categories: ଜାତୀୟ

୫୦-୫୦ ଅଙ୍କକୁ ନେଇ ଅଡିବସିଛି ଶିବସେନା: ଏକନାଥ ବିଧାୟକ ଦଳର ନେତା ନିର୍ବାଚିତ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟର ଅଙ୍କ ଛିଣ୍ଡିପାରୁ ନାହିଁ। ଶିବସେନା ୫୦-୫୦ ଅଙ୍କକୁ ନେଇ ଅଡି ବସିଥିବା ବେଳେ ଭାଜପା ସରକାର ଗଠନ କରିବାକୁ ଦୃଢୋକ୍ତି ପ୍ରକାଶ କରିଛି। ଅନ୍ୟପଟେ ଗୁରୁବାର ଶିବସେନାର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ପୂର୍ବରୁ ଅନୁମାନ ଲଗାଯାଇଥିଲା କି ଆଦିତ୍ୟ ଠାକରେ ବିଧାୟକ ଦଳର ନେତା ହୋଇପାରନ୍ତି। ହେଲେ ଆଦିତ୍ୟ ଏକନାଥଙ୍କ ନାଁ ପ୍ରସ୍ତାବ ଦେବାରୁ ତାଙ୍କୁ ଏବେ ବିଧାୟକ ଦଳର ନେତା କରାଯାଇଛି। ଏହାପରେ ଶିବସେନା ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିବେ। ଅନ୍ୟପଟେ ଶିବସେନା ୫୦-୫୦ ଅଙ୍କକୁ ନେଇ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

Share