୫୦ବର୍ଷ ବିତିବା ସତ୍ତ୍ୱେ ଘୁଞ୍ଚିନି ବିସ୍ଥାପିତଙ୍କ ଦୁର୍ଦ୍ଦଶା

ହାଟଡିହୀ,୨୮।୧୨(ଡି.ଏନ.ଏ.)- ସାଳନ୍ଦୀ ନଦୀରେ ହଦଗଡ ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ଲୋକଙ୍କ ଦୁଃଖ ଏଯାଏ ଦୂର ହୋଇନି। ଏହାମଧ୍ୟରେ ୫୦ରୁ ଅଧିକ ବର୍ଷ ବିତିଗଲାଣି। ସେମାନଙ୍କୁ ନା ମିଳିଛି କ୍ଷତିପୂରଣ ନା ଥଇଥାନ ସୁବିଧା। ବିସ୍ଥାପିତ ଲୋକେ ହାଟଡିହୀ ବ୍ଲକଠାରୁ ପ୍ରାୟ ୪୦ କି.ମି. ଦୂର ବଣପାହାଡ ଘେରା ଆଦିବାସୀ ଅଧୁଷିତ କେ.ବାଲିପାଳ(କଅଁଳେଇ ବାଲିପାଳ) ପଞ୍ଚାୟତ ଅଞ୍ଚଳରେ ବସତି ସ୍ଥାପନ କରି ରହୁଛନ୍ତି। ଏହି ପଞ୍ଚାୟତ ଅଧୀନ ମୟୂରନଚା ଗ୍ରାମର ୨ଟି ଓ୍ବାର୍ଡରେ ୧୫୦ ପରିବାର, କେବାଲିପାଳ ଗ୍ରାମର ଗୋଟିଏ ଓ୍ବାର୍ଡରେ ୯୦ ପରିବାର, ରାଇଘାଟି ଗ୍ରାମର ୩ଟି ଓ୍ବାର୍ଡରେ ୨୦୦ ପରିବାର, ସରମୁଣ୍ଡି ଗ୍ରାମ ୧ଟି ଓ୍ବାର୍ଡରେ ୫୦ ପରିବାର, ଭଅଁରା ଗ୍ରାମ ୧ଟି ଓ୍ବାର୍ଡରେ ୯୦ ପରିବାର, ମଲ୍ଲିପଶି ଗ୍ରାମ ୧ଟି ଓ୍ବାର୍ଡରେ ୧୫୦ ପରିବାର, ନୂଆବାଲିପାଳ ଗ୍ରାମ ୨ଟି ଓ୍ବାର୍ଡରେ ୧୫୦ ପରିବାର ଅସହାୟ ଅବସ୍ଥାରେ ବସବାସ କରି ରହୁଛନ୍ତି।

୧୯୬୫ ମସିହାରେ ସାଳନ୍ଦୀ ନଦୀରେ ଡ୍ୟାମ ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ୧୯୭୦ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ସେତେବେଳେ ମୟୂରନଚା, କେବାଲିପାଳ, ସରମୁଣ୍ଡି, ମଲ୍ଲିପଶି, ଭଅଁରା ପ୍ରଭୃତି ୫ଟି ଗ୍ରାମକୁ ବୁଡି ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ଏସବୁ ଗାଁର ୫୦୦ରୁ ଊର୍ଦ୍ଧ୍ୱ ପରିବାର ବିସ୍ଥାପିତ ହୋଇଥିଲେ । ସେମାନେ ବୁଡି ଅଞ୍ଚଳ ଛାଡି ଆଖପାଖ ଜଙ୍ଗଲରେ ବସବାସ କରିବା ଆରମ୍ଭ କରିଥିଲେ। ସେବେଠାରୁ ଏସବୁ ବିସ୍ଥାପିତ ପରିବାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ଭଙ୍ଗା କୁଡିଆରେ ବସବାସ କରି ଆସୁଛନ୍ତି। ଗମନାଗମନ, ପାନୀୟ ଜଳ ଭଳି ସୁବିଧା ହୋଇ ନାହିଁ । ବିଦ୍ୟୁତ୍‌ ସାତସପନ ପାଲଟିଛି । ଶିକ୍ଷା, ସ୍ବାସ୍ଥ୍ୟ ସେବାଠାରୁ ଦୂରରେ ଥିବା ଏହି ବିସ୍ଥାପିତ ଲୋକେ ଡଙ୍ଗାରେ ସାଳନ୍ଦୀ ନଦୀ ପାର ହୋଇ ଯାତାୟାତ କରିଥାନ୍ତି। ପୂର୍ବରୁ ମଲ୍ଲିପଶି ଗ୍ରାମର ୨ ଜଣ ବିସ୍ଥାପିତ ହୁଲି ଡଙ୍ଗାରେ ନଦୀ ପାର ହେବା ବେଳେ ବୁଡିଯାଇ ପ୍ରାଣ ହରାଇଥିଲେ । ସ୍ଥଳ ପଥରେ ଯିବାକୁ ହେଲେ ସେମାନେ ପଡୋଶୀ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା କିମ୍ବା ବାଲେଶ୍ୱର ଜିଲାର ଔପଦା ଦେଇ ଦୀର୍ଘ ୧୦୦ ରୁ ଊର୍ଦ୍ଧ୍ୱ କି.ମି. ରାସ୍ତା ବୁଲି ବ୍ଲକ କାର୍ଯ୍ୟାଳୟକୁ ଯାଇଥାନ୍ତି। ବର୍ଷର ଅଧିକାଂଶ ସମୟରେ ଏହି ଲୋକେ ନାଳ ଓ ଝରଣା ପାଣି ବ୍ୟବହାର କରିଥାନ୍ତିି। ପ୍ରଶାସନ ପକ୍ଷରୁ ଏକ କୂଅ ଉପରେ ବସା ଯାଇଥିବା ନଳକୂପ ଅଧିକାଂଶ ସମୟରେ ଅଚଳ ହୋଇରହୁୁଛି ।
ହଦଗଡ ଡ୍ୟାମ ବିସ୍ଥାପିତ ଲୋକେ ଥଇଥାନ ସାଙ୍ଗକୁ କ୍ଷତିପୂରଣ ଓ ବିଭିନ୍ନ ମାୈଳିକ ସୁବିଧା ପାଇବା ଲାଗି ଦୀର୍ଘବର୍ଷ ଧରି ଦାବି କରି ଆସିବା ପରେ ବ୍ଲକ ତରଫରୁ ରାଇଘାଟି, ମଲ୍ଲିପଶି ଓ ତଅଁଳଠାରେ ୩ଟି ଯୋଗାଣ ସାମଗ୍ରୀ କେନ୍ଦ୍ର ଖୋଲାଯାଇଛି । ପୂର୍ବରୁ ସେମାନେ ଜଳ ପଥରେ ଆସି ଯୋଗାଣ ସାମଗ୍ରୀ ନେଉଥିଲେ । ୨୦୧୨-୧୩ ରେ କେବଳ ମୟୂରନଚା ଗ୍ରାମର ୨୩ ପରିବାରକୁ ଜଙ୍ଗଲ ଜମି ପଟ୍ଟା ଓ ଇନ୍ଦିରାଆବାସ ଗୃହ ପ୍ରଦାନ କରାଯାଇଥିବା ବେଳେ ଭଅଁରା ଗ୍ରାମର ପ୍ରାୟ ୨୫ ପରିବାରକୁ ରାଇଘାଟି ଗାଁରେ ରାଜସ୍ବ ବିଭାଗ ୪ ଡେସିମିଲ ଲେଖାଏ ଜାଗା ଦେଇଛି । ଉପଯୁକ୍ତ ଥଇଥାନ ସୁଯୋଗରୁ ବଞ୍ଚିତ ଏହି ଲୋକେ କୌଣସି କର୍ମ ନିୟୋଜନ ପନ୍ଥା ନ ପାଇ ଏବେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜରାଣ ମେଣ୍ଟାଉଛନ୍ତି। ଏ ସମ୍ପର୍କରେ ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ଜେନାଙ୍କୁ ପଚାରିବାରୁ କହିଛନ୍ତି, ବିସ୍ଥାପିତଙ୍କ ଥଇଥାନ ଲାଗି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବାଲିପାଳ, ମୟୂରା, ଭଅଁରା , ରାଇଘାଟି ଗ୍ରାମବାସୀଙ୍କ ପାଇଁ ପଞ୍ଚାୟତ ନିକଟରେ ଏକ ଯୋଗାଣ ସାମଗ୍ରୀ କେନ୍ଦ୍ର ଖୋଲାଗଲେ ସୁବିଧା ହୋଇପାରନ୍ତା ବୋଲି ସେ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri