୫୦ବର୍ଷ ବିତିବା ସତ୍ତ୍ୱେ ଘୁଞ୍ଚିନି ବିସ୍ଥାପିତଙ୍କ ଦୁର୍ଦ୍ଦଶା

ହାଟଡିହୀ,୨୮।୧୨(ଡି.ଏନ.ଏ.)- ସାଳନ୍ଦୀ ନଦୀରେ ହଦଗଡ ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ଲୋକଙ୍କ ଦୁଃଖ ଏଯାଏ ଦୂର ହୋଇନି। ଏହାମଧ୍ୟରେ ୫୦ରୁ ଅଧିକ ବର୍ଷ ବିତିଗଲାଣି। ସେମାନଙ୍କୁ ନା ମିଳିଛି କ୍ଷତିପୂରଣ ନା ଥଇଥାନ ସୁବିଧା। ବିସ୍ଥାପିତ ଲୋକେ ହାଟଡିହୀ ବ୍ଲକଠାରୁ ପ୍ରାୟ ୪୦ କି.ମି. ଦୂର ବଣପାହାଡ ଘେରା ଆଦିବାସୀ ଅଧୁଷିତ କେ.ବାଲିପାଳ(କଅଁଳେଇ ବାଲିପାଳ) ପଞ୍ଚାୟତ ଅଞ୍ଚଳରେ ବସତି ସ୍ଥାପନ କରି ରହୁଛନ୍ତି। ଏହି ପଞ୍ଚାୟତ ଅଧୀନ ମୟୂରନଚା ଗ୍ରାମର ୨ଟି ଓ୍ବାର୍ଡରେ ୧୫୦ ପରିବାର, କେବାଲିପାଳ ଗ୍ରାମର ଗୋଟିଏ ଓ୍ବାର୍ଡରେ ୯୦ ପରିବାର, ରାଇଘାଟି ଗ୍ରାମର ୩ଟି ଓ୍ବାର୍ଡରେ ୨୦୦ ପରିବାର, ସରମୁଣ୍ଡି ଗ୍ରାମ ୧ଟି ଓ୍ବାର୍ଡରେ ୫୦ ପରିବାର, ଭଅଁରା ଗ୍ରାମ ୧ଟି ଓ୍ବାର୍ଡରେ ୯୦ ପରିବାର, ମଲ୍ଲିପଶି ଗ୍ରାମ ୧ଟି ଓ୍ବାର୍ଡରେ ୧୫୦ ପରିବାର, ନୂଆବାଲିପାଳ ଗ୍ରାମ ୨ଟି ଓ୍ବାର୍ଡରେ ୧୫୦ ପରିବାର ଅସହାୟ ଅବସ୍ଥାରେ ବସବାସ କରି ରହୁଛନ୍ତି।

୧୯୬୫ ମସିହାରେ ସାଳନ୍ଦୀ ନଦୀରେ ଡ୍ୟାମ ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ୧୯୭୦ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ସେତେବେଳେ ମୟୂରନଚା, କେବାଲିପାଳ, ସରମୁଣ୍ଡି, ମଲ୍ଲିପଶି, ଭଅଁରା ପ୍ରଭୃତି ୫ଟି ଗ୍ରାମକୁ ବୁଡି ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ଏସବୁ ଗାଁର ୫୦୦ରୁ ଊର୍ଦ୍ଧ୍ୱ ପରିବାର ବିସ୍ଥାପିତ ହୋଇଥିଲେ । ସେମାନେ ବୁଡି ଅଞ୍ଚଳ ଛାଡି ଆଖପାଖ ଜଙ୍ଗଲରେ ବସବାସ କରିବା ଆରମ୍ଭ କରିଥିଲେ। ସେବେଠାରୁ ଏସବୁ ବିସ୍ଥାପିତ ପରିବାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ଭଙ୍ଗା କୁଡିଆରେ ବସବାସ କରି ଆସୁଛନ୍ତି। ଗମନାଗମନ, ପାନୀୟ ଜଳ ଭଳି ସୁବିଧା ହୋଇ ନାହିଁ । ବିଦ୍ୟୁତ୍‌ ସାତସପନ ପାଲଟିଛି । ଶିକ୍ଷା, ସ୍ବାସ୍ଥ୍ୟ ସେବାଠାରୁ ଦୂରରେ ଥିବା ଏହି ବିସ୍ଥାପିତ ଲୋକେ ଡଙ୍ଗାରେ ସାଳନ୍ଦୀ ନଦୀ ପାର ହୋଇ ଯାତାୟାତ କରିଥାନ୍ତି। ପୂର୍ବରୁ ମଲ୍ଲିପଶି ଗ୍ରାମର ୨ ଜଣ ବିସ୍ଥାପିତ ହୁଲି ଡଙ୍ଗାରେ ନଦୀ ପାର ହେବା ବେଳେ ବୁଡିଯାଇ ପ୍ରାଣ ହରାଇଥିଲେ । ସ୍ଥଳ ପଥରେ ଯିବାକୁ ହେଲେ ସେମାନେ ପଡୋଶୀ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା କିମ୍ବା ବାଲେଶ୍ୱର ଜିଲାର ଔପଦା ଦେଇ ଦୀର୍ଘ ୧୦୦ ରୁ ଊର୍ଦ୍ଧ୍ୱ କି.ମି. ରାସ୍ତା ବୁଲି ବ୍ଲକ କାର୍ଯ୍ୟାଳୟକୁ ଯାଇଥାନ୍ତି। ବର୍ଷର ଅଧିକାଂଶ ସମୟରେ ଏହି ଲୋକେ ନାଳ ଓ ଝରଣା ପାଣି ବ୍ୟବହାର କରିଥାନ୍ତିି। ପ୍ରଶାସନ ପକ୍ଷରୁ ଏକ କୂଅ ଉପରେ ବସା ଯାଇଥିବା ନଳକୂପ ଅଧିକାଂଶ ସମୟରେ ଅଚଳ ହୋଇରହୁୁଛି ।
ହଦଗଡ ଡ୍ୟାମ ବିସ୍ଥାପିତ ଲୋକେ ଥଇଥାନ ସାଙ୍ଗକୁ କ୍ଷତିପୂରଣ ଓ ବିଭିନ୍ନ ମାୈଳିକ ସୁବିଧା ପାଇବା ଲାଗି ଦୀର୍ଘବର୍ଷ ଧରି ଦାବି କରି ଆସିବା ପରେ ବ୍ଲକ ତରଫରୁ ରାଇଘାଟି, ମଲ୍ଲିପଶି ଓ ତଅଁଳଠାରେ ୩ଟି ଯୋଗାଣ ସାମଗ୍ରୀ କେନ୍ଦ୍ର ଖୋଲାଯାଇଛି । ପୂର୍ବରୁ ସେମାନେ ଜଳ ପଥରେ ଆସି ଯୋଗାଣ ସାମଗ୍ରୀ ନେଉଥିଲେ । ୨୦୧୨-୧୩ ରେ କେବଳ ମୟୂରନଚା ଗ୍ରାମର ୨୩ ପରିବାରକୁ ଜଙ୍ଗଲ ଜମି ପଟ୍ଟା ଓ ଇନ୍ଦିରାଆବାସ ଗୃହ ପ୍ରଦାନ କରାଯାଇଥିବା ବେଳେ ଭଅଁରା ଗ୍ରାମର ପ୍ରାୟ ୨୫ ପରିବାରକୁ ରାଇଘାଟି ଗାଁରେ ରାଜସ୍ବ ବିଭାଗ ୪ ଡେସିମିଲ ଲେଖାଏ ଜାଗା ଦେଇଛି । ଉପଯୁକ୍ତ ଥଇଥାନ ସୁଯୋଗରୁ ବଞ୍ଚିତ ଏହି ଲୋକେ କୌଣସି କର୍ମ ନିୟୋଜନ ପନ୍ଥା ନ ପାଇ ଏବେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜରାଣ ମେଣ୍ଟାଉଛନ୍ତି। ଏ ସମ୍ପର୍କରେ ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ଜେନାଙ୍କୁ ପଚାରିବାରୁ କହିଛନ୍ତି, ବିସ୍ଥାପିତଙ୍କ ଥଇଥାନ ଲାଗି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବାଲିପାଳ, ମୟୂରା, ଭଅଁରା , ରାଇଘାଟି ଗ୍ରାମବାସୀଙ୍କ ପାଇଁ ପଞ୍ଚାୟତ ନିକଟରେ ଏକ ଯୋଗାଣ ସାମଗ୍ରୀ କେନ୍ଦ୍ର ଖୋଲାଗଲେ ସୁବିଧା ହୋଇପାରନ୍ତା ବୋଲି ସେ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri