୫ମାସ ହେଲା ମିଳିନି ଚାଉଳ

କେନ୍ଦୁଝର, ୨୧।୪( ସ୍ବ.ପ୍ର.)-ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତ ଅତାସହି ଗ୍ରାମର ମନ୍ମଥ ସାହୁଙ୍କ ସ୍ତ୍ରୀ ପ୍ରମିଳା ସାହୁଙ୍କ ନାମରେ ରାଶନ କାର୍ଡ (ନମ୍ବର- ୧୮୦୪୦୨୧୨୪୩୨) ରହିଛି। କିନ୍ତୁ ୫ ମାସ ହେଲା ତାଙ୍କ ପରିବାରକୁ ରାଶନ (ଚାଉଳ) ମିଳୁ ନ ଥିବାରୁ ବହୁ ଅସୁବିଧାରେ ଚଳୁଛନ୍ତି। ଗରିବ ଲୋକ ହୋଇଥିବାରୁ ଭୟରେ ଦାବି କିମ୍ବା ଅଭିଯୋଗ କରିପାରୁନାହାନ୍ତି। ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ଚାଉଳ ଦିଆଯାଉ ନ ଥିବା ଭାଜପା କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି ଅଭିଯୋଗ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି।