Posted inଫୁରସତ

‘୫ମାସ କୋମାକୁ ଚାଲିିଯାଇଥିଲି’

ରତ୍ନାକର ରାଉତ। ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବୋଇତା ଗ୍ରାମରେ ୧୯୬୧ମସିହା ଅଗଷ୍ଟ ୨୮ରେ ତାଙ୍କର ଜନ୍ମ। ଫକୀର ମୋହନ କଲେଜରୁ ସ୍ନାତକ ଓ ରେଭେନ୍ସାରେ ସ୍ନାତ୍ତକୋତର ପରେ ଏମ୍‌ଫିଲ୍‌ କରିବା ସମୟରେ ସେ ୧୯୮୫ ଜୁନ୍‌ରେ ପାଇଥିଲେ ଓଏଏସ୍‌ । ୧୯୮୭ ଫେବୃୟାରୀରେ କଟକ ଜିଲାପାଳ କାର୍ଯ୍ୟାଳୟରେ ଟ୍ରେନିଂ ରିଜର୍ଭ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରି ପରେ ଜିଲାପାଳ, ଓଡ଼ିଶା ଲୋକପାଳଙ୍କ ସେକ୍ରେଟେରୀ, ଶିଳ୍ପ ବିଭାଗ, ଗଣଶିକ୍ଷା ବିଭାଗ ଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ ତୁଲାଇଛନ୍ତି। ଏବେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟରତ। ଚାକିରିର ବ୍ୟସ୍ତତା ଭିତରେ ସାହିତ୍ୟର ମୋହ ଛାଡିପାରିନାହାନ୍ତି । ଲେଖିଛନ୍ତି ଅନେକ ପୁସ୍ତକ। ୧୪ଟି କବିତା ସଙ୍କଳନ, ୩ଟି ଗଳ୍ପ ସଙ୍କଳନ, ୨ଟି ପ୍ରବନ୍ଧ, ଗୋଟିଏ ପିଲାଙ୍କ ପାଇଁ ପୁସ୍ତକ, ୨ଟି ହିନ୍ଦୀ ପୁସ୍ତକ ଓ ଗୋଟିଏ ଇଂଲିଶ ପୋଏମ ପୁସ୍ତକ ତାଙ୍କ ସର୍ଜନାର ସ୍ବାକ୍ଷର। ଏଥର ‘ନିଜକଥା’ରେ ଜାଣନ୍ତୁ ତାଙ୍କ ସମ୍ପର୍କରେ….

ଚାକିରିର ପ୍ରଥମ ଦିନ କିପରି ଥିଲା ?
ମୁଁ ରେଭେନ୍ସା କଲେଜରେ ପଢ଼ିବାବେଳେ ଛାତ୍ରନେତା ଥିଲି ଓ ବିଭିନ୍ନ ପ୍ରସଙ୍ଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅନେକ ଥର ଯାଇଥିଲି। ଏଣୁ ଯେତେବେଳେ ମୋର ସେଠି ପୋଷ୍ଟିଂ ହେଲା ମୋତେ ଲାଗିଲା ମୋର ଅତି ପରିଚିତ ଜାଗାକୁ ମୁଁ ଯାଉଛି। ଜଣେ ନୂଆ ଜାଗାରେ ଚାକିରୀରେ ଯୋଗଦେଲେ ମନରେ ଯେଉଁ ଭାବନା ଥାଏ, ତାହା ମୋର ନଥିଲା। କାରଣ ଜିଲାପାଳ କାର୍ଯ୍ୟାଳୟର ଅଧିକାଂଶ ଲୋକଙ୍କ ସହିତ ମୋର ପରିଚୟ ଥିଲା।
ପ୍ରଥମ ଦରମା କେଉଁଥିରେ ଖର୍ଚ୍ଚ କରିଥିଲେ?
ପ୍ରଥମ ଦରମା ମୁଁ ୧୬୫୨ଟଙ୍କା ପାଇଥିଲି। ସେହି ଟଙ୍କାକୁ ନିଜ ପାଇଁ ଓ ମୋ ପରିବାର ପାଇଁ ଖର୍ଚ୍ଚ କରିଥିଲି। ଏହା ସହିତ ସାଙ୍ଗମାନେ ମିଶି ଗୋଟେ ଭୋଜି କରିଥିଲୁ।
ସମୟ ମିଳିଲେ କ’ଣ କରିବାକୁ ପସନ୍ଦ କରନ୍ତି?
ସମୟ ମିଳିଲେ ମୁଁ ପଢ଼ାପଢ଼ି କରେ। କବିତା, ଗଳ୍ପ, ପତ୍ରିକା ଆଦି ପଢ଼େ। ତେବେ ପୁରାଣ ପଢ଼ିବାକୁ ମୋତେ ବହୁତ ଭଲଲାଗେ। ଅନେକ ସମୟରେ ଗୀତା, ମହାଭାରତ ଆଦି ପଢ଼ିଥାଏ।
କେଉଁ ଲେଖକଙ୍କ ପୁସ୍ତକ ପଢ଼ିବାକୁ ପସନ୍ଦ କରନ୍ତି?
ମୋର ସେଭଳି କେହି ନିର୍ଦ୍ଦିଷ୍ଟ ପ୍ରିୟ ଲେଖକ ନାହାନ୍ତି। ସମସ୍ତଙ୍କ ଲେଖା ମୁଁ ପଢ଼େ। କାରଣ ମୁଁ ଜାଣିବାକୁ ଚାହେଁ ଯେଉଁମାନେ ପ୍ରତିଷ୍ଠିତ ଲେଖକ ସେମାନଙ୍କର କେବଳ ଲେଖିବାର ଦକ୍ଷତା ଅଛି ନା ନୂଆ ବା ଅପରିଚିତ ଲେଖକଙ୍କର ସେହି ଦକ୍ଷତା ରହିଛି। ତେଣୁ ବିଭିନ୍ନ ପ୍ରକାର ପୁସ୍ତକ ପଢ଼ିଥାଏ। ଏପରିକି ସ୍କୁଲ, କଲେଜ ମାଗାଜିନ୍‌ଟିଏ ପାଇଲେ ବି ସେଥିରେ ଲେଖାଯାଇଥିବା ଗଳ୍ପ, କବିତାକୁ ପଢ଼ିଥାଏ। ଯେଉଁମାନେ ନୂଆ ଲେଖନ୍ତି ସେମାନଙ୍କ ଲେଖା ମଧ୍ୟ ବହୁତ ଭଲ ଥାଏ। ଅନେକ ଲେଖକ ଅଛନ୍ତି ଯେଉଁମାନେ ଅଳ୍ପ କିଛି ଲେଖିଛନ୍ତି, କିନ୍ତୁ ସେମାନଙ୍କ ଲେଖା ଉଚ୍ଚକୋଟୀର ହୋଇଛି।
ସ୍ମୃତିର ଘଟଣା ଯାହା ଚିରସ୍ମରଣୀୟ?
ଗ୍ରାଜୁଏସନ ବେଳେ ଖରାଦିନ ଛୁଟି ସମୟରେ ମୋର ଏକ ଛୋଟ ଅପରେସନ ହୋଇଥିଲା। ସେହି ସମୟରେ ଟିଟାନସ୍‌ ହୋଇଗଲା। ତା’ର ଚିକିତ୍ସା ହେଲାବେଳକୁ ମୁଁ କୋମାକୁ ଚାଲିଯାଇଥିଲି। ଜୁନ୍‌ ୨୩ରୁ ମୁଁ କୋମାକୁ ଯାଇଥିଲି ଓ ୫ମାସ ପରେ ନଭେମ୍ବରରେ ମୋର ସେନ୍ସ ଆସିଥିଲା। ଏହା ମୋର ଦୁଃଖର ସ୍ମୃତି ଘଟଣା। ମୋର ପ୍ରଥମ ପୁସ୍ତକ ଯେବେ ଲୋକାର୍ପିତ ହୋଇଥିଲା ତାହା ମୋ ପାଇଁ ଖୁସିର ଦିନ ଥିଲା।
ବାହାରକୁ ବୁଲିବାକୁ ପସନ୍ଦ କରନ୍ତି ?
ହଁ। କିନ୍ତୁ ମୋତେ ଓଡ଼ିଶା ସବୁଠାରୁ ଅଧିକ ଭଲଲାଗେ। ଭାରତର ବିଭିନ୍ନ ରାଜ୍ୟ ସମେତ ବିଦେଶ ବି ଭ୍ରମଣ କରିଛି। ଯେଉଁ ସ୍ଥାନକୁ ଯାଏ ସେଠାରେ ୩ରୁ ୪ଦିନ ରହିଲା ପରେ ମୁଁ ମୋ ରାଜ୍ୟକୁ ଫେରିଆସିବା ପାଇଁ ଚାହେଁ। କାରଣ ଓଡ଼ିଶାରେ ଯାହା ଅଛି, ତାହା କେଉଁଠି ପାଏନାହିଁ।
ଖବରକାଗଜର କେଉଁ ବିଭାଗ ଆପଣଙ୍କୁ ଆକୃଷ୍ଟ କରେ?
ଯେକୌଣସି ଖବରକାଗଜ ପଢ଼େ ତା’ର ମୁଁ ସବୁ ବିଭାଗକୁ ତନ୍ନ ତନ୍ନ କରି ପଢ଼ିଥାଏ। ତେବେ ମୋତେ ହ୍ୟୁମାନ ଇଣ୍ଟରେଷ୍ଟ ଷ୍ଟୋରି ପଢ଼ିବାକୁ ଭଲଲାଗେ। ଏହାଛଡ଼ା ସାହିତ୍ୟ ବିଭାଗ ଓ ଛୁଟିଦିନ ପଢ଼ିବାକୁ ପସନ୍ଦ କରେ।
ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି?
ଫିଲ୍ମ ଦେଖିବାକୁ ସମୟ ମିଳେ ନାହିଁ। କିନ୍ତୁ ଯେତେବେଳେ ଦେଖେ କଳାତ୍ମକ ଫିଲ୍ମ ଦେଖିବାକୁ ଚାହେଁ।
ମ୍ୟାଡମଙ୍କ କେଉଁ ଗୁଣ ଭଲଲାଗେ?
ଆମଭଳି ଲୋକ ପରିବାରକୁ ସମୟ ଦେଇପାରନ୍ତି ନାହିଁ। କିନ୍ତୁ ସେ ଜଣେ ଅଧ୍ୟାପିକା ହୋଇ ମଧ୍ୟ ନିଜ ପ୍ରଫେସନାଲ କାମ ସହିତ ପରିବାରର ସବୁକଥା ବୁଝନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri