Categories: ଜାତୀୟ

୫ବର୍ଷରେ ୧.୩୦କୋଟି ଟଙ୍କା ବୃଦ୍ଧି ପାଇଛି କେଜରିଓ୍ବାଲଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୮ରେ ହେବାକୁ ଥିବା ବେଳେ ୧୧ରେ ଏହାର ଫଳାଫଳ ଆସିବ। ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ନୂଆଦିଲ୍ଲୀ ଆସନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହି ସମୟରେ ସେ ତାଙ୍କର ସମସ୍ତ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇଛନ୍ତି। ଗତ ୫ ବର୍ଷରେ କେଜରିଓ୍ବାଲଙ୍କ ସମ୍ପତ୍ତି ଦୁଇଗୁଣା ବୃଦ୍ଧି ପାଇଛି। କେଜରିୱାଲଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୩.୪୦ କୋଟି ରହିଥିବା ସୂଚନା ମିଳିଛି, ଯାହା ୨୦୧୫ରୁ ୧.୩୦କୋଟି ଟଙ୍କା ଅଧିକ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ୨୦୧୫ରେ କେଜରିୱାଲଙ୍କ ପାଖରେ ୨ଲକ୍ଷ ୨୬ଟଙ୍କା ରହିଥିବା ବେଳେ ଏବେ ତାଙ୍କ ସମ୍ପତ୍ତି ବୃଦ୍ଧି ପାଇ ୯ ଲକ୍ଷ ୬୫ ହଜାର ହୋଇଛି। ସେହିପରି ତାଙ୍କ ପତ୍ନୀ ସୁନୀତା କେଜରିଓ୍ବାଲଙ୍କ ସମ୍ପତ୍ତି ଗତ ୫ବର୍ଷ ତଳେ ୧୫ଲକ୍ଷ ଟଙ୍କା ଥିବା ବେଳେ ୨୦୨୦ରେ ଏହା ବୃଦ୍ଧି ପାଇ ୫୭ ଲକ୍ଷ ଟଙ୍କା ହୋଇଛି।

Share