Posted inଜାତୀୟ

୪ ରାଜ୍ୟରେ ବନ୍ୟା ନେଲାଣି ୧୬୦ ଜୀବନ

ଥିରୁଭାନନ୍ଥପୁରମ୍‌ / ବେଙ୍ଗାଲୁରୁ,୧୨ା୮(ପି.ଟି.): ଲାଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ଭୟଙ୍କର ହୋଇପଡ଼ିଛି। କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ଗମ୍ଭୀର ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୪୦ ଟପିଛି। କେରଳରେ ଅଗଷ୍ଟ ୮ରୁ ଅଦ୍ୟାବଧି ଏହି ବନ୍ୟାରେ ୬୪ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ରାଜ୍ୟର ପ୍ରାୟ ୨ ଲକ୍ଷ ୨୭ ହଜାର ଲୋକ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ରବିବାର ସକାଳେ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି। ବର୍ଷା କମିଥିଲେ ହେଁ ଭୂସ୍ଖଳନର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କନ୍ନୁର, କାସରାଗଡ଼ ଓ ଓ୍ବାୟନାଡ଼ ଜିଲାରେ ରେଡ୍‌ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ଚିନ୍ତାର କାରଣ ନୁହେଁ ବୋଲି ବିଜୟନ୍‌ ପ୍ରକାଶ କରିଛନ୍ତି। ଓ୍ବାୟନାଡ଼ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଅପରାହ୍ନରେ ଦୁଇଦିନିଆ କେରଳ ଗସ୍ତରେ ଆସି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ସହ ସ୍ଥିତି ସମୀକ୍ଷା ଆରମ୍ଭ କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀ ଓ୍ବାୟନାଡ଼ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ବିଭିନ୍ନ ରିଲିଫ କ୍ୟାମ୍ପ ଯିବାର କାର୍ଯ୍ୟକ୍ରମ ରହିଛି। କୋଟ୍ଟାକାଲ୍‌, ନିଲମ୍ବୁର, ମମ୍‌ବାଦ୍‌, ଇଡ୍ଡାଭାନାପାର ରିଲିଫ କ୍ୟାମ୍ପ ବୁଲିଦେଖିବା ପରେ ମାଲାପୁରମ୍‌ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ସୋମବାର ସେ ଓ୍ବାୟନାଡ଼ର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦୁଇଦିନ ବନ୍ଦ ରହିବା ପରେ ରବିବାର ଅପରାହ୍ନରେ କୋଚି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ତେବେ କେତେକ ରେଳସେବା ବନ୍ଦ ରହିଛି। ନୌସେନା, ତଟରକ୍ଷୀ ବାହିନୀ, ଏନ୍‌ଡିଆର୍‌ଏଫ୍‌, ସ୍ଥାନୀୟ ପୋଲିସ, ସ୍ବେଚ୍ଛାସେବୀମାନେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ପ୍ରକାଶ।
ସେହିଭଳି କର୍ନାଟକରେ ଗତ ୪ ଦିନ ଭିତରେ ରାଜ୍ୟରେ ବନ୍ୟା ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଥିବାବେଳେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଦେଖିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଶାହ ଆସି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବେଳାଗାଭି ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ। ତାଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ, ସୁରେଶ ଅଙ୍ଗଦି, ଏମ୍‌ପି ପ୍ରଭାକର କୋରେ, ବିଧାୟକ ଉମେଶ କାଟ୍ଟୀ ଥିଲେ। ରାଜ୍ୟର ୧୭ ଜିଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ବେଲଗାଭିକୁ ଛାଡ଼ି ବାଗଲ୍‌କେଟେ, ଗଡ଼କ୍‌, ଉତ୍ତର କନ୍ନଡ଼ ରାଇଚୁର, ୟାଦିଗିର୍‌, ଦକ୍ଷିଣ କନ୍ନଡ଼, ଉଡ଼ୁପି, ଚିକ୍କାମାଗାଲୁରୁ, କୋଡ଼ାଗୁ ଜିଲା କ୍ଷତିଗ୍ରସ୍ତ ହୋଇଥିବା ପ୍ରକାଶ। ଗୁଜରାଟରେ ମଧ୍ୟ ସ୍ଥିତି ଜଟିଳ ରହିଛି। ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଥିବାବେଳେ ମୃତ୍ୟୁସଂଖ୍ୟା ରାଜ୍ୟରେ ୩୨ରେ ପହଞ୍ଚିଛି। ସୌରାଷ୍ଟ୍ର ଓ କଚ୍ଛରେ ବର୍ଷାର ତାଣ୍ଡବ ଜାରିରହିଛି। ସମୁଦ୍ରକୁ ଯାଇଥିବା ୨୦ ମତ୍ସ୍ୟଜୀବୀଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ଭାରତୀୟ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ଲାଗି ସତର୍କ ସୂଚନା ଜାରି କରିଥିବାରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମହାରାଷ୍ଟ୍ରରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚିଥିବାବେଳେ ପରିସ୍ଥିତି ଉଗ୍ରରୂପ ଧାରଣ କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ରବିବାର ଆକାଶ ମାର୍ଗରୁ କୋହ୍ଲାପୁର, ସାଙ୍ଗଲି ଆଦି ଅଞ୍ଚଳ ବୁଲିଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri