୪ ପୁଅ ଥାଇ ବି ବେସାହାରା

ବାଲେଶ୍ୱର ଅଫିସ,୧୬।୧- ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ରୁଡ଼ିଙ୍ଗିଆ ଗ୍ରାମର ହରେକୃଷ୍ଣ ନାୟକ(୮୭)। ୪ ପୁଅ ଥିବା ସତ୍ତ୍ୱେ ଭରଣପୋଷଣ ପାଇବା ତ ଦୂରର କଥା ପୈତୃକ ସମ୍ପତ୍ତି ବିକ୍ରି କରିବା ଆଶାରେ ବରିଷ୍ଠ ନାଗରିକ ତଥା ପିତାଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିବାକୁ ପଛାଉ ନାହାନ୍ତି। ପୁଅମାନେ ଥାଇ ବି ସେ ଏବେ ବେସାହାରା ହୋଇଯାଇଛନ୍ତି। ଏ ନେଇ ବୃଦ୍ଧ ପିତା ହରେକୃଷ୍ଣ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ରଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ହରେକୃଷ୍ଣଙ୍କ ଅଭିଯୋଗ କରିଛନ୍ତି ଯେ, ପ୍ରଥମ ପୁଅ ସରକାରୀ ଚାକିରିରୁ ଅବସର ନେଇ କଟକ ସହରରେ ପରିବାର ସହ ରହୁଛନ୍ତି। ଦ୍ୱିତୀୟ ପୁଅ ଗଁ। ରେ ରହି ଜମିରେ ଚାଷ କରି ପରିବାର ଚଳାଇବା ସହ ତାଙ୍କ ଦେଖାଶୁଣା କରୁଥିଲେ। ତୃତୀୟ ପୁଅ ସୋର ଅଦାଲତରେ ଚାକିରି କରି ପରିବାର ସହ ରହୁଛନ୍ତି। ଚତୁର୍ଥ ପୁଅ ଭଦ୍ରକରେ ପରିବାର ସହ ରହିଆସୁଛନ୍ତି। କିଛିଦିନ ପୂର୍ବରୁ ପ୍ରଥମ ଓ ତୃତୀୟ ପୁଅ ଜମିବାଡ଼ି ଭାଗ କରିବା ପାଇଁ ତାଙ୍କୁ ଚାପ ପକାଇ ମାନସିକ ଯନ୍ତ୍ରଣା ଦେବା ସହ ବିଭିନ୍ନ ପ୍ରକାର ଗଣ୍ଡଗୋଳ ସୃଷ୍ଟି କରିଥିଲେ। ଅନ୍ୟପକ୍ଷେ ଦ୍ୱିତୀୟ ପୁତ୍ର ସହ ବାରମ୍ବାର ଝଗଡ଼ା କରି ବିଭିନ୍ନ ମାମଲାରେ ଅନ୍ତର୍ଭୁକ୍ତ କରିଥିବାରୁ ଉକ୍ତ ଜମିରେ ଚାଷ କରାଯାଇପାରୁ ନାହିଁ। ଫଳରେ ଦ୍ୱିତୀୟ ପୁଅର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ତାଙ୍କୁ ପୋଷିବା ପାଇଁ ସକ୍ଷମ ନ ଥିବା କହିଥିଲେ। ଏହାପରେ ସେ ଗତ ନଭେମ୍ବର ୧୦ରେ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଉପଜିଲାପାଳ ଏହାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ଲିଖିତ ଭାବେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାମଧ୍ୟରେ କୌଣସି ସମାଧାନ ନ ହେବାରୁ ସେ ପୁନର୍ବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ହରେକୃଷ୍ଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri