Categories: ବାଣିଜ୍ୟ

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୩: ଆସନ୍ତା ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାଙ୍କଗୁଡିକ ୪ ଦିନ ରହିବ। ବ୍ୟାଙ୍କ ଧର୍ମଘଟ ଏବଂ ଛୁଟିଯୋଗୁ ଏହି ସମୟରେ ବ୍ୟାଙ୍କ ମୋଟ ୩ ଦିନ ଖୋଲା ରହିବ ବୋଲି ସୂଚନା ରହିଛି। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ୍‌ ଆସୋସିଏଶନ (ଏଆଇବିଇଏ) ଏବଂ ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ (ଏଆଇବିଓଏ) ମାର୍ଚ୍ଚ ୨୭ରେ ଧର୍ମଘଟ ଡାକରା ଦେଇଛି। ବ୍ୟାଙ୍କ ଏମ୍ପ୍ଲଇଜ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ଏହି ଧର୍ମଘଟରେ ଯୋଗଦେବ ବୋଲି ଜଣାପଡିଛି। ଆସନ୍ତା ସୋମବାର ଏବଂ ମଙ୍ଗଳବାର ବ୍ୟାଙ୍କ ଖୋଲା ରହିବ।୨୫ ମାର୍ଚ୍ଚରେ ଗୁଡିପର୍ବ ଏବଂ ତେଲୁଗୁ ନୂଆବର୍ଷ ପଡୁଛି। ଏହି ସମୟରେ ବାଙ୍ଗାଲୋର ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ, ନାଗପୁର ଭଳି ସହରରେ ବ୍ୟାଙ୍କ ସେବା ବନ୍ଦ ରହିବ। ୨୮ ମାର୍ଚ୍ଚରେ ଚତୁର୍ଥ ଶନିବାର, ୨୯ ମାର୍ଚ୍ଚରେ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ଗୁରୁବାର ବ୍ୟାଙ୍କ ଖୋଲାରହିବ। ଶୁକ୍ରବାର ଧର୍ମଘଟ ଯୋଗୁ ପୁଣି ଥରେ ସେବା ବାଧାପ୍ରାପ୍ତ ହେବ। ଓଡିଶା କଥା ବିଚାର କଲେ ଆସନ୍ତା ୨୭, ୨୮ ଏବଂ ୨୯ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ବୋଲି ବ୍ୟାଙ୍କିଙ୍ଗ ଶିଳ୍ପ ପକ୍ଷରୁ ସୂଚନା ରହିଛି। ଗତ ୩ ଦଶନ୍ଧି ଧରି କେନ୍ଦ୍ରରେ ଶାସନ କରି ଆସୁଥିବା ସରକାରଗୁଡିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିରୋଧୀ ନୀତି ଗ୍ରହଣ କରିବା ସହ ଲୋକମାରଣ ନୀତି ନେଇ ଆଗକୁ ବଢୁଛନ୍ତି। ଏହା ବିରୋଧରେ ଧର୍ମଘଟ ଡାକରା ଦିଆଯାଇଥିବା ଏଆଇବିଇଏ ସାଧାରଣ ସମ୍ପାଦକ ସି.ଏଚ୍‌.ଭେଙ୍କଟଚଲମ ସୂଚନା ଦେଇଛନ୍ତି।

Share