Posted inଜାତୀୟ

୪ ଜେଇଏମ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର, ୨୦ା୧୧(ପି.ଟି.) : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବିସ୍ଫୋରଣ କରିଥିବା ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଆତଙ୍କବାଦୀ ସଙ୍ଗଠନର ୪ ସହଯୋଗୀଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇରେ ଆରିହଲ୍‌ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ କରାଯାଉଥିବାବେଳେ ଏମାନଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ବିଦେଶରୁ ଆତଙ୍କବାଦୀଙ୍କୁ ଆଣୁଥିବା ମାଷ୍ଟରମାଇଣ୍ଡ ଶାରିକ୍‌ ଅହମଦଙ୍କୁ ଧରିବା ପରେ ଅନ୍ୟ ୩ ଜଣ ଜେଇଏମ୍‌ ସଦସ୍ୟ ଆକିବ୍‌ ଅହମଦ, ଆଦିଲ୍‌ ଅହମଦ ଓ ଓଓ୍ବାଇସ୍‌ ଅହମଦଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି। ଆରିହଲ୍‌ ଅଞ୍ଚଳରେ ମଧ୍ୟ ଏମାନେ ବିସ୍ଫୋରଣ କରିଥିବା ଜଣାପଡ଼ିଛି। ଏମାନଙ୍କଠାରୁ ଅନେକ ବିସ୍ଫୋରକ ଓ ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ଏନେଇ ଅଧିକ ପୋଲିସ ତଦନ୍ତ ଜାରି ରହିଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଚିପ୍ସ ପ୍ୟାକେଟରେ ଥିବା ଖେଳଣା ହେଲା ବିସ୍ଫୋରଣ: ନାବାଳକଙ୍କ ଆଖି ନଷ୍ଟ, ଥାନାରେ ପହଞ୍ଚିଲେ ମା’ବାପା

ବଲାଙ୍ଗୀର,୧୩।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ ଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାନୁଯାୟୀ, ଚିପ୍ସ ପ୍ୟାକେଟରେ ଥିବା...

ଭାରତ ସହ ବଡ଼ ଡିଲ୍‌, ଟ୍ରମ୍ପଙ୍କୁ ଝଟ୍‌କା!

ନୂଆଦିଲ୍ଲୀ,୧୩।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବେ ଏକ...

୧୮ରୁ ଶୀତରେ ଲାଗିବ ବ୍ରେକ୍‌

ଭୁବନେଶ୍ୱର,୧୩ା୧: ରାଜ୍ୟର ପୁଣି ଲେଉଟିଛି ଶୀତ। ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି...

ଅଟୋରେ ଯାଉଥିଲେ ୧୦ ଜଣ ଯାତ୍ରୀ, ଭରସାମ୍ୟ ହରାଇ ଘାଟିରେ ଓଲଟିପଡିଲା ଅଟୋ

ଗୁଣୁପୁର,୧୩।୧ (ସଂକେତ ପାତ୍ର): ରାୟଗଡା ଜିଲା ପୁଟାସିଂ ଥାନା ସିନ୍ଦୁବା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଅଟୋରେ ପ୍ରାୟ ୧୦ ଜଣ...

ଚାଇନା-ପାକିସ୍ତାନକୁ ଚେତାବନୀ ଦେଲା ଭାରତ: ଆମେ ସ୍ବାର୍ଥ ରକ୍ଷା ପାଇଁ…

ନୂଆଦିଲ୍ଲୀ,୧୩।୧: ଭାରତ ପୁଣିଥରେ ଶାକ୍ସଗାମ ଉପତ୍ୟକା ସମ୍ପର୍କରେ ଚାଇନା ଏବଂ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପୁନର୍ବାର କହିଛନ୍ତି,...

ଆଉ ୧୦ ମିନିଟ୍‌ରେ ହେବନାହିଁ ଡେଲିଭରି: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୧: କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦୃଢ଼ ପଦକ୍ଷେପ ପରେ, କ୍ୱିକ କମର୍ସ କମ୍ପାନୀ ବ୍ଲିଙ୍କିଟ ଏହାର ସମସ୍ତ ବ୍ରାଣ୍ଡ ପ୍ଲାଟଫର୍ମରୁ...

ସମସ୍ୟା ଦୂର ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ: ଭଲ ଶିକ୍ଷାଦାନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୩।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଦ୍ୟାଳୟର...

‘ରାସ୍ତାରେ ବୁଲା କୁକୁରଙ୍କୁ ଖାଦ୍ୟ ଦେଲେ ରହିବେ ଦାୟୀ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧: ବୁଲା କୁକୁର ସମ୍ପର୍କିତ ଏକ ମାମଲାର ଶୁଣାଣି କରି ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ କୁକୁର କାମୁଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri