Posted inଜାତୀୟ

୧୦ ସଂସ୍ଥାକୁ ଦିଆଯାଇଛି ଫୋନ୍‌ ଟ୍ୟାପିଙ୍ଗ୍‌ ଅନୁମତି

ନୂଆଦିଲ୍ଲୀ,୨୦ା୧୧(ପି.ଟି.): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଗୋଇନ୍ଦା ବ୍ୟୁରୋ (ଆଇବି) ଭଳି ୧୦ଟି ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫୋନ୍‌ ଟ୍ୟାପିଙ୍ଗ୍‌ ପାଇଁ ଅନୁମତି ଦିଆଯାଇଛି। କୌଣସି ବ୍ୟକ୍ତିଙ୍କୁ ସର୍ଭିଲାନ୍ସରେ ରଖିବା ପୂର୍ବରୁ ସେହି ସଂସ୍ଥାଗୁଡ଼ିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ନେବା ଜରୁରୀ ବୋଲି ମଙ୍ଗଳବାର ଲୋକ ସଭାରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ହ୍ବାଟ୍ସଆପ୍‌ କଲ୍‌ ଓ ମେସେଜ୍‌ ଟ୍ୟାପିଙ୍ଗ୍‌ ସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଛନ୍ତି, କୌଣସି କମ୍ପ୍ୟୁଟରରେ ସୂଚନା ପ୍ରସ୍ତୁତ, ପ୍ରେରଣ, ଗ୍ରହଣ ବା ସଂରକ୍ଷଣ କରାଯାଇଥିଲେ ତାକୁ ଆୟତ୍ତ, ଅନୁଧ୍ୟାନ କିମ୍ବା ବିଗୂଢ଼ କରିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି। ସରକାର ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟାକ୍ସେସ୍‌, ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ, ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ, ରିସର୍ଚ୍ଚ ଆଣ୍ଡ ଅନାଲିସିସ୍‌ ଓ୍ବିଙ୍ଗ୍‌ ‘ର’, ଡାଇରେକ୍ଟୋରେଟ୍‌ ଅଫ୍‌ ସିଗ୍ନାଲ ଇଣ୍ଟେଲିଜେନ୍ସ ଏବଂ ଦିଲ୍ଲୀ ପୋଲିସ କମିଶନରଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ବଡ଼ ହଲଚଲ! ବୈଠକ ପରେ ଭାଜପାକୁ ବଡ଼ ଧମକ ଦେଲେ ମମତା, ‘ମୋ ସହ ଖେଳିଛନ୍ତି, ସମୟ ଆସିଲେ ମୁଁ….’

କୋଲକାତା,୧।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ ଦଳକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ନେଇ ଆରୋପ…

ଜୁନ ୯ରେ ପିଏମ ମୋଦିଙ୍କ ନାମରେ ହୋଇପାରେ ନୂଆ କୀର୍ତ୍ତିମାନ, ଭାଙ୍ଗିବେ ନେହେରୁଙ୍କ ରେକର୍ଡ!

ନୂଆଦିଲ୍ଲୀ,୧।୬: ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଜୁନ ୫ ରୁ ଜୁନ ୨୧ ପର୍ଯ୍ୟନ୍ତ ସାରା ଦେଶରେ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ…

ଟ୍ରାକ୍ଟର ଉପରେ ଚଢି ଖେଳୁଥିଲେ ମନୁ: ହଠାତ୍‌ ଖସିଗଲା ଗୋଡ଼, ଆଉ ତା’ପରେ…

ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର…

ବଡ଼ ଆକ୍ସନ ନେଲେ ମମତା ବାନାର୍ଜୀ: ନିର୍ବାଚନ ହାରିବା ପରେ…

କୋଲକାତା,୧।୬: ନିର୍ବାଚନ ହାରିବା ପରେ ବଡ଼ ଆକ୍ସନ ନେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହାଙ୍କୁ ତୃଣମୂଳ କଂଗ୍ରେସରୁ ବହିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri