Posted inରାଜ୍ୟ

୪ ଜିଲା ଲାଗି ୧୫ ଓଏଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ି ଚାଲଛି। ଏହାକୁ ଲକ୍ଷ୍ୟକରି ରାଜ୍ୟ ସରକାର ମଙ୍ଗଳବାର ୪ ଜିଲାରେ କରୋନା ପରିଚାଳନା ଦାୟିତ୍ୱରେ ୧୫ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି। ଯୁଗ୍ମ ସଚିବ ଓ ଉପସଚିବ ପାହ୍ୟାର ଅଫିସରଙ୍କୁ ତୁରନ୍ତ ନିଜ କାର୍ଯ୍ୟରୁ ରିଲିଭ୍‌ ହୋଇ ଆବଣ୍ଟିତ ଜିଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାର କୋଭିଡ୍‌ ପରିଚାଳନା ଦାୟିତ୍ୱରେ ଏହି ଅଫିସରଙ୍କୁ ନିୟୋଜିତ କରାଯାଇଛି। ଭଦ୍ରକ ଜିଲା ଦାୟିତ୍ୱରେ ସର୍ବାଧିକ ୫ ଜଣ ଅଫିସର ତଥା, ନିଗମାନନ୍ଦ ପଣ୍ଡା, ଅଶୋକ କୁମାର ବେହୁରିଆ, ସୁରେନ୍ଦ୍ର କୁମାର ପଣ୍ଡା, ବିକାଶ ଚନ୍ଦ୍ର ବାଇନ ଓ ଅଶ୍ୱିନୀ କୁମାର ମେହେରଙ୍କୁ ଦାୟିତ୍ୱ ମିଳିଛି। ସେହିପରି କେନ୍ଦ୍ରାପଡ଼ା ଜିଲା ପାଇଁ ମନୋରଞ୍ଜନ ମଲିିକ, ସନ୍ତୋଷ କୁମାର ଦାଶ, ଦୀପକ ରାଉତରାଏ ଓ ଶୈଳେନ୍ଦ୍ର କୁମାର ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି। ଯାଜପୁର ଜିଲା ଲାଗି ରାଜସ୍ବ ଓ ବିପର୍ଯ୍ୟ ପରିଚାଳନା ବିଭାଗ ଯୁଗ୍ମ ସଚିବ ଦିଲୀପ କୁମାର ସାହୁ, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ବିରେନ୍ଦ୍ର କୋରକୋରା, କେବିକେ ଯୁଗ୍ମ ପ୍ରଶାସନିକ ଅଧିକାରୀ ନୃପରାଜ ସାହୁ, ପୁରୀ-କୋଣାର୍କ ଡେଭଲପମେଣ୍ଟ ଅଥରିଟି ସଚିବ ଲଲାଟେନ୍ଦୁ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଜିଲା ପାଇଁ ଇଡ୍‌କୋ ଲ୍ୟାଣ୍ଡ ଅଫିସର ଲକ୍ଷ୍ମଣ ମଲିକ, ଷ୍ଟାଫ ସିଲେକ୍ସନ କମିଶନର ଯୁଗ୍ମ ସଚିବ ମନୋରଞ୍ଜନ ମଲିକଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଅଫିସରମାନେ ସମ୍ପୃକ୍ତ ଜିଲାଗୁଡ଼ିକର ଜିଲାପାଳଙ୍କ ଅଧୀନରେ କାର୍ଯ୍ୟ କରିବେ ଓ ସିଧାସଳଖ ତାଙ୍କୁ ରିପୋର୍ଟ କରିବେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ସପ୍ତାହରେ ଗଞ୍ଜାମ ଜିଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ନିୟୋଜିତ କରିଛନ୍ତି। ଏହି ଅଫିସରମାନେ ସମ୍ପୃକ୍ତ ଜିଲାଗୁଡ଼ିକରେ କରୋନା ପରିଚାଳନା କାର୍ଯ୍ୟରେ ଜିଲା ପ୍ରଶାସନ ଓ ସେଠାରେ ନିଯୁକ୍ତ ପର୍ଯ୍ୟବେକ୍ଷକ (ଆଇଏଏସ୍‌ ଅଫିସର)ଙ୍କ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri