୪୮ଘଣ୍ଟାର ଶାନ୍ତି ଚୁକ୍ତି ଗଲା ଫସର ଫାଟି: ତାଲିବାନ ଶିବିର ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌

ଓ୍ବାଶିଂଟନ,୪।୩: ଆମେରିକା ଏବଂ ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ୪୮ ଘଣ୍ଟା ବି ରହି ପାରିନି। ଏହା ଫସର ଫାଟି ଯାଇଛି। ଚୁକ୍ତି ପରେ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ତାଲିବାନ ଆକ୍ରମଣ ଜାରି ରଖିବାରୁ ଆମେରିକା ମିତ୍ର ପକ୍ଷର ସହାୟତା ପାଇଁ ଅଣ୍ଟା ଭିଡ଼ିଛି। ଆମେରିକା ପକ୍ଷରୁ ତାଲିବାନ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ତାଲିବାନ ଆକ୍ରମଣରେ ୨୦ ଜଣ ଆଫଗାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

Share