Categories: ବାଣିଜ୍ୟ

୪୭୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୪।୪: ସୋମବାର ଭାରତୀୟ ଶେୟାର ବଜାରରେ କାରବାର ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ କାରବାର ୪୭୦ ପଏଣ୍ଟ ଖସିଥିବା ବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି କାରବାର ୧୧୮.୫ ପଏଣ୍ଟ ଖସିଥିବା ନଜରକୁ ଆସିଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୩୦,୪୭୫.୧୫ ପଏଣ୍ଟ ସ୍ତରକୁ ଖସିଥିଲ। କାରବାର ଶେଷ ବେଳକୁ ଏହା ୪୬୯.୬୦ ପଏଣ୍ଟ ବା ୧.୫୧% ନିମ୍ନରେ ରହିବା ଯୋଗୁ ୩୦,୬୯୦.୦୨ ପଏଣ୍ଟରେ କାରବାର ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୧୧୮.୦୫ ପଏଣ୍ଟ ବା ୧.୩୦% ଖସିବା ଯୋଗୁ ଏହା ୮,୯୯୩.୮୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।

Share