Posted inଫୁରସତ

୪୭ବର୍ଷ ପୁରୁଣା ଜୋତାର ମୂଲ୍ୟ ୩ କୋଟି

ଜୋତା ପୁରୁଣା ହୋଇଗଲା ପରେ ତା’ର ସ୍ଥାନ ଅଳିଆଗଦା ହୋଇଥାଏ। ଯେତେ ଦାମୀ ହେଲେ ହେଁ ପୁରୁଣା ଚିରାଫଟା ଜୋତାକୁ କେହି ପାଦରେ ପିନ୍ଧିବାକୁ ଚାହାନ୍ତି ନାହିଁ। କିନ୍ତୁ ନିକଟରେ ନ୍ୟୁୟର୍କର ସୋଦବୀ ଅକ୍ସନ ହାଉସ୍‌ରେ ହୋଇଥିବା ନିଲାମୀରେ ୪୭ ବର୍ଷ ପୁରୁଣା ଏକ ଜୋତା ଯେତିକି ମୂଲ୍ୟରେ ବିକ୍ରି ହୋଇଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ତାହା ନିଲାମ ହୋଇଛି ହଜାରେ କି ଲକ୍ଷେ ନୁହେଁ, ୩ କୋଟି ଟଙ୍କାରେ। ଏହା ହେଉଛି କୌଣସି ପୁରୁଣା ଜୋତାର ସବୁଠାରୁ ବଡ଼ ନିଲାମୀ। ଭାବୁଥିବେ ଏହି ଜୋତାର ନିଶ୍ଚୟ କିଛି ବିଶେଷତ୍ୱ ଥିବ। ହଁ, ଧଳା ରଙ୍ଗର ଏହି ଜୋତାକୁ ଆଟଲିଟ୍‌ଙ୍କ ପାଇଁ ୧୯୭୨ରେ ନାଇକ୍‌ର କୋ ଫାଉଣ୍ଡର ଓ ଟ୍ରାକ କୋଚ୍‌ ବିଲ ବୋଓ୍ବର୍ନମନ୍‌ ଡିଜାଇନ କରିଥିଲେ। ଏ ହେଉଛି ନାଇକ୍‌ର ପ୍ରଥମ ସ୍ନିକର। ୧୯୭୨ର ଅଲିମ୍ପିକ୍‌ ଟ୍ରାଏଲ ପାଇଁ ଏହାକୁ ତିଆରି କରାଯାଇଥିଲା। ଉକ୍ତ ଜୋତାର ନାମ ‘ମୁନ୍‌ ଶୁ’ ରଖାଯାଇଥିଲା। ସେତେବେଳେ ଏହାର ମାତ୍ର ୧୨ ଯୋଡ଼ି ତିଆରି ହୋଇଥିଲା। ଜୋତାଟିକୁ ନିଲାମରେ ଏତେଟଙ୍କା ଦେଇ ନେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାନାଡାର ମାଇଲ୍ସ ନାଡାଲ। ସେ ଐତିହାସିକ ମହତ୍ତ୍ୱସମ୍ପନ୍ନ ଜିନିଷକୁ ଅଧିକରୁ ଅଧିକ ଟଙ୍କାରେ କିଣି ନିଜ ସଂଗ୍ରହାଳୟରେ ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri