୪୩ଲକ୍ଷ ଲୋକଙ୍କୁ ୨ମାସର ମାଗଣା ରାସନ ଯୋଗାଇ ଦେବେ ରାଜସ୍ଥାନ ସରକାର

ଜୟପୁର,୯।୬: କରୋନା ଯୋଗୁ ଦେଶବ୍ୟାପି ଏବେ ଲକ୍‌ଡାଉନ ଜାରି ରହିଛି। ଏହି ସମୟରେ ବେରୋଜଗାର ହୋଇଥିବା ଲୋକଙ୍କୁ ରାଜସ୍ଥାନ ସରକାର ଆଶ୍ୱସ୍ତିକର ପ୍ରଦାନ କରିଛନ୍ତି। ଆଗାମୀ ୨ମାସ ପର୍ଯ୍ୟନ୍ତ ସରକାର ସେମାନଙ୍କୁ ମାଗଣା ରାଶନ ଯୋଗାଇଦେବେ ବୋଲି ଜଣାପଡ଼ିଛି। ଏଥିସହ ସେମାନଙ୍କୁ ମାଗଣାରେ ଗହମ ଓ ଚଣା ମଧ୍ୟ ଦିଆଯିବ। ହିତାଧିକାରୀମାନେ ଏହି ବ୍ୟବସ୍ଥାର ଲାଭ ଜୁନ ୧୨ରୁ ଉଠାଇପାରିବେ। ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିବା ରାଜ୍ୟର ୪୩ଲକ୍ଷ ଲୋକଙ୍କୁ ଏହି ସୁବିଧା ମିଳିପାରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ଖାଦ୍ୟ ଓ ନାଗରିକ ଯୋଗାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମିଣା ସୂଚନା ଦେଇଛନ୍ତି।

Share