Categories: ଜାତୀୟ

୪୨ ପିଏସ୍‌ୟୁରେ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି: ତୃଣମୂଳ ଏମ୍‌ପିଙ୍କ ଧାରଣା

ନୂଆଦିଲ୍ଲୀ,୮।୭: ଦେଶର ୪୨ଟି ପିଏସ୍‌ୟୁ(ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ)ରେ ପୁଞ୍ଜିପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ବିରୋଧ କରି ସୋମବାର ତୃଣମୂଳ ଏମ୍‌ପି ବିଭିନ୍ନ ସ୍ଲୋଗାନ୍‌ ଦେବା ସହିତ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଛନ୍ତି। ତୃଣମୂଳ ସରକାରଙ୍କ ଏହି ନିଷ୍ପତ୍ତିର କଡ଼ା ବିରୋଧ କରୁଛି ବୋଲି ପଶ୍ଚିମବଙ୍ଗ ଦମ୍‌ ଦମ୍‌ ଲୋକ ସଭା ଆସନ ଏମ୍‌ପି ସୌଗତ ରାୟ ସୂଚନା ଦେଇଛନ୍ତି।

Share