୪୦ ଦିନ ପରେ ମା’ ଓ ଝିଅ ଉଦ୍ଧାର:  ସେବା ବାହାନାରେ ବନ୍ଧକ ରଖିଥିଲେ ଅଭିଯୁକ୍ତ

ରାଉରକେଲା ଅଫିସ, ୨୦।୧୧
ଉଦିତ ନଗର ଥାନା ଅର୍ନ୍ତଗତ ବାସନ୍ତୀ କଲୋନୀରେ ଜନୈକ ବ୍ୟକ୍ତି ସେବା କରିବାର ବାହାନା ଦେଖାଇ ୨ଜଣ ମହିଳାଙ୍କୁ ଦୀର୍ଘ ୪୦ଦିନ ଧରି ବନ୍ଧକ ରଖିବା ଘଟଣା ଇସ୍ପାତ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ଉକ୍ତ ଘଟଣାରେ ନିଜକୁ ସାମ୍ବାଦିକ ବୋଲାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜନୈକା ମହିଳା (୪୫) ଟାଙ୍ଗରପାଲି ଥାନା ଅଞ୍ଚଳରେ ବିବାହ କରିଛନ୍ତି। ମହିଳା ଓ ତାଙ୍କ ମା’ ଭୁବନେଶ୍ୱରର ବାସିନ୍ଦା ଅଟନ୍ତି। ତେବେ ମହିଳାଙ୍କ ବାପା ତାଙ୍କ ମା’ଙ୍କୁ ନିର୍ଯାତନା ଦେବାରୁ ସେମାନେ ଭୁବନେଶ୍ୱରରୁ ପଳାଇ ଆସିଥିଲେ। ତେବେ ରାଉରକେଲା ପଳାଇ ଆସିବା ପରେ ବାସନ୍ତୀ କଲୋନୀ ଏଲ-୪ରେ ରହୁଥିବା ଅଶୋକ ମହାନ୍ତି ଉକ୍ତ ବୃଦ୍ଧାଙ୍କୁ ଦେଖାଶୁଣା କରିବାକୁ ରଖିଥିଲେ। ପରେ କୌଶଳକ୍ରମେ ମହିଳାଙ୍କୁ ତାଙ୍କ ଜାଲରେ ଫସାଇ ଆଣି ନିଜ ଘରେ ରଖିଥିଲେ। ଏହି ସମୟରେ ମହିଳାଙ୍କ କୌଣସି ଖୋଜଖବର ନ ମିଳିବାରୁ ତାଙ୍କ ସ୍ବାମୀ ଟାଙ୍ଗରପାଲି ଥାନାରେ ଏକ ନିଖୋଜ ମାମଲା ଦାଏର କରିଥିଲେ। ଦୀର୍ଘ ଦିନ ଧରି ଅଶୋକ ମହିଳା ଓ ତାଙ୍କ ବୃଦ୍ଧା ମା’ଙ୍କୁ ନିଜ ଘରେ ବନ୍ଧକ କରି ରଖିବା ସହ ଉଭୟଙ୍କ ଅଶ୍ଳିଳ ଫଟୋ ଉଠାଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଅଶୋକ ଅସଦାଚରଣ କରିବା ସହ ଏ ନେଇ କାହାକୁ ଜଣାଇଲେ ଜୀବନରେ ମାରି ଦେବାକୁ ଧମକ ଦେଉଥିଲା ବୋଲି ମହିଳା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଦୀର୍ଘ ୪୦ ଦିନ ଧରି ବନ୍ଧକ ରହିବା ପରେ କୌଶଳକ୍ରମେ ମହିଳା ବନ୍ଧକ ଥିବା ନେଇ ନିଜ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। ସର୍ମ୍ପକୀୟଙ୍କ ସୂଚନା ଆଧାରରେ ଉଦିତ ନଗର ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ବାସନ୍ତୀ କଲୋନୀ ସ୍ଥିତ ଏଲ-୪ ଘରେ ଛଢ଼ାଉ କରି ମହିଳା ଓ ତାଙ୍କ ମା’ଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ସ୍ବାମୀଙ୍କ ଉପସ୍ଥିତିରେ ମହିଳା ନିଜକୁ ସାମ୍ବାଦିକ ବୋଲାଉଥିବା ଅଭିଯୁକ୍ତ ଅଶୋକ ମହାନ୍ତିଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଉଦିତନଗର ଥାନା ପୋଲିସ ଏକ ମାମଲା (ନଂ.୨୮୧/୧୯) ରୁଜୁ କରି ଅଭିଯୁକ୍ତ ଅଶୋକ ମହାନ୍ତିଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri